ଯେ.ବି.ବି.ଏସ ଗ୍ଲାସ୍ କମ୍ପାନୀରେ ଦୁର୍ଘଟଣା, ଶ୍ରମିକଙ୍କ ମୃତ୍ୟୁ
କଟକ,(ଦୀପକ୍ କୁମାର ବେଉରା): ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ କମ୍ପାନୀରେ ଯେ.ବି.ବି.ଏସ ଗ୍ଲାସ୍ ବୁଧବାର ରାତ୍ର ୧୧ଟା ସମୟରେ ରବୀନ୍ଦ୍ର ମହାନ୍ତି ଟ୍ରକରୁ ଗ୍ଲାସ ପେଟି ଆନଲୋଡ଼ କରୁଥିବା ସମୟରେ ଗ୍ଲାସ ପେଟି ଟି ତାଙ୍କ ଉପରେ ଚାପି ହୋଇ ଯିବାରୁ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସଂଗେସଂଗେ ସାଥିରେ କାର୍ଯ୍ୟରତ ଶ୍ରମିକ ଉଦ୍ଧାର କରି ବଡ ମେଡିକାଲକୁ ନେଇଥିଲେ l ହେଲେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଅଶ୍ୱିନୀକୁ ପଠାଇଥିଲେ । ଶେଷରେ ରାତ୍ର ୩ଟା ସମୟରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ଗୁରୁବାର କଟକ ବଡ ମେଡିକାଲରେ ସବ ବ୍ୟବଚ୍ଛେଦ ପରେ ସାନ୍ଧ୍ୟ ୭ଟା ସମୟରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ କମ୍ପାନୀ ସମ୍ମୁଖରେ ଶବ ରଖି କ୍ଷତିପୁରଣ ପାଇଁ ଅଡ଼ିବସିଥିଲେ l ଘଟଣା ସ୍ଥଳରେ ଜଗତପୁର ପୁଲିସ୍ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷାକରିବା ସହିତ କମ୍ପାନୀ କତ୍ତୃପକ୍ଷ ସହାୟତାର ନିର୍ଭର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା ।