ମହିଳାଙ୍କୁ ହତ୍ୟାକୁ ନେଇ ବାପା ଘର ଲୋକେ ଥାନାରେ ଦେଲେ ଲିଖିତ ଅଭିଯୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀ ଯୋଗୁଁ ଲୋକମାନଙ୍କର ଅର୍ଥନୀତି ସଂପୁର୍ଣ୍ଣଭାବେ ଭୁଷୁଡି ଯାଇଛି । ପାରିବାରିକ ବୋଝ,ଖାଦ୍ୟ,ବସ୍ତ୍ର , ଔଷଧ ନେଇ ଅଶାନ୍ତ ହୋ ସଂସ୍କୃତିଇପଡିଛି ଘରର ସୁସୁ ସାମାଜିକ ପରିବେଶ ।ଏହାର ପାର୍ଶ୍ବ ପ୍ରଭାବ ପଡିଛି ପରିବାର ଲୋକଙ୍କ ଉପରେ । ଯାହାଫଳରେ ଘର ଭିତରେ ପାରିବାରିକ ହିଂସା , ନିର୍ଯାତନା, ଆତ୍ମହତ୍ୟା ବୃଦ୍ଧି ପାଉଛି ।ବିଶେଶତଃ ପରିବାରର ମେଇ ଦାଣ୍ଡି ଘରର ସ୍ତ୍ରୀ ଉପରେ ଖୁବ୍ ଚାପ ପଡୁଛି । ଯାହାଫଳରେ ମାନସିକ ଭାରସାମ୍ୟ ହରାଇ ଘରର ମହିଳାମାନେ ଆତ୍ମହତ୍ୟାକୁ ପାଥେୟ କରି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମୁଚିଆନେତ୍ରା ଗ୍ରାମର ଦୀପକ ମଣ୍ଡଳଙ୍କ ବିବାହିତା ମହିଳା ଦୁର୍ଗା ମଣ୍ଡଳ(୨୦) ଗୁରୁବାର ଦିନ ମଧ୍ୟାହ୍ନରେ ଘରେ କେହି ନ ଥିବାବେଳେ ଲୁଙ୍ଗିରେ ଫାଶୀ ହୋଇ ମରିଥିବା ସୂଚନା ମିଳିଛି । ମୃତକଙ୍କୁ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ଦେଢ଼ ବର୍ଷ ତଳେ ସେମାନଙ୍କର ପବିତ୍ର ବୈବାହିକ ସଂପର୍କ ହୋଇଥିଲା । ଶୁକ୍ରବାର ଦିନ ବାପଘର ଲୋକେ ଦୀପକ ଏବଂ ପରିବଖର ଲୋକେ ଯୌତୁକ ନେଇ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଗୋରୁମହିଷାଣୀ ଥାନାରେ ମାମଲା କେଶ ନଂ ୭୪/୨୦ ରୁଜୁ ହେବ ସହ ତଦନ୍ତ ଚାଲିଛି ।ଦୁଃଖର ବିଷୟ ଏହାକୁ ନେଇ ଏକ ମାସ ମଧ୍ୟରେ ୩ ବିବାହିତା ମହିଳା ସମେତ ଜଣେ ଯୁବକ ଆତ୍ମହତ୍ୟା କରି ସାରିଲେଣି ।ମହିଳାମାନଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ହୁ ହୁ ବୃଦ୍ଧି ଯୋଗୁଁ ସାମାଜିକ କର୍ମୀ ଏବଂ ମନସ୍ତତଵିତ୍ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।


