ବିଭିନ୍ନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଡିଆରଡିଏ ପିଡି ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲା ଗାଁ ସାଥୀ (ମେଟ) ସଂଘର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଡିଆରଡିଏ ପିଡିଙ୍କୁ ଭେଟି ସ୍ମାରକ ପତ୍ର ପ୍ର୍ଦାନ କରିଛନ୍ତି । ଏମ୍ ଜି ଆର ଇଜିଏ ଯୋଜନାର ସଫଳ ରୂପାୟନ କରିବା ପାଇଁ ମଧ୍ୟସ୍ଥି ମାନଙ୍କୁ ଉଚ୍ଛେଦ କରିବା ସହିତ ସ୍ୱଚ୍ଛତା ବଜାଇ ରଖିବା ପାଇଁ ଗାଁ ସାଥୀ (ମେଟ) ମାନଙ୍କୁ ପର୍ଯ୍ୟାପ୍ତ ପରିମାଣ କାର୍ଯ୍ୟ ଯୋଗାଇଦେବା ସହ କାର୍ଯ୍ୟାଦେଶ ପ୍ରଦାନ କରାଯାଉ, ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ ସମୟରେ ଗାଁ ସାଥୀ ମାନଙ୍କ ମଜୁରୀ ପ୍ରଦାନ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ କାର୍ଯ୍ୟରେ ଗାଁ ସାଥୀଙ୍କୁ ନିୟୋଜିତ କରାଯିବା ସହ ମଜୁରୀ ପ୍ରଦାନ, ବ୍ଲକସ୍ତରରେ ଏମ୍ ଜି ଆର ଇଜିଏ ଯୋଜନାର ମାସିକ ବୈଠକରେ ଗାଁ ସାଥୀ (ମେଟ) ମାନଙ୍କୁ ସାମିଲ କରାଯାଉ, ଗାଁ ସାଥୀ (ମେଟ) ମାନଙ୍କୁ ପ୍ରଜ୍ୟାପ୍ତ ତାଲିମ ବ୍ୟବସ୍ଥା କରାଯିବା ସମେତ ବିଭିନ୍ନ ସମସ୍ୟା ନେଇ ଆଜି ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଆଲୋଚନା କରିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ଗାଁ ସାଥୀ (ମେଟ) ସଂଘର ସଭାପତି ରବିନ୍ଦ୍ର ନାଥ ଗୈାଡ, ସହ-ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, କୋଷାଧ୍ୟକ୍ଷ ଅଶୋକ କୁାମର ପଲାଇ, ଗଂଜାମ ବ୍ଲକ ଗାଁ ସାଥୀ ସଂଘର ସଭାପତି ଦଣ୍ଡପାଣି ଦାସ, ଉପସଭାପତି ବୈକୁଷ୍ଠ ମହାରଣା, ସମ୍ପାଦକ ବସନ୍ତ କୁମାର, ରଙ୍କନିଧି ପ୍ରଧାନ ଓ ଚରଣ ନାୟକଙ୍କ ସମେତ ବହୁ ଗାଁ ସାଥୀ ମାନେ ଉପସ୍ଥିତ ଥିଲେ ।


