ସିସିଟିଭି ଫୁଟେଜ ଧରାଇଲା ଲାଇଭ୍ ଲୁଟ୍, ଥାନାରେ ଏତଲା: ଜଣେ ଅଟକ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସିସିଟିଭି ଫୁଟେଜରେ ଲାଇଭ୍ ଲୁଟ୍ ଭି.ଡ଼ି.ଓ । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି l ଏହି ଘଟଣା ଯାଇ ଥାନାରେ ପହଞ୍ଚିଥିବା ବେଳେ ପୁଲିସ୍ ଜଣକୁ ଅଟକ ରଖି ପଚରା ଉଚରା ଚଳାଇଥିବାର ଜଣାଯାଇଛି । ତେବେ ଲାଇଭ୍ ଭିଡ଼ିଓରେ ଯେଉଁ ବ୍ୟକ୍ତି ଜଣକ ଜଳ ଜଳ ହୋଇ ଦିଶୁଛନ୍ତି ସେ ଫୁଲବାଣୀର ବୋଲି ମଧ୍ୟ ଏକ ପ୍ରକାର ଚିହ୍ନଟ ହୋଇଥିବା ପ୍ରକାଶ । ସୂଚନା ଅନୁଯାୟୀ, ସ୍ଥାନୀୟ ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ କ୍ଷିରୋଦ କୁମାର ମିଶ୍ର ଶନିବାର ସଂନ୍ଧ୍ୟାରେ ବ୍ୟାଙ୍କ ନିକଟସ୍ଥ ଏକ କିରାଣି ଦୋକାନକୁ ତାଙ୍କର ବାଇକ୍ (ଓଡ଼ି-୧୨-୯୮୨୮) ଧରି ଜିନିଷ କିଣିବା ପାଇଁ ଯାଇଥିଲେ । ଦୋକାନ ବାହାରେ ଗାଡ଼ି ରଖି ସେ ଜିନିଷ କିଣିବା ପରେ ଆସି ଦେଖିବା ବେଳେ ତାଙ୍କର ବାଇକ୍ର ଡ଼ିକି ଖୋଲାଯାଇ ଡ଼ିକିରେ ଥିବା ବହୁ ଆବଶ୍ୟକୀୟ କାଗଜପତ୍ର ସବୁ ଲୁଟ୍ ହୋଇଯାଇଛି । ତୁରନ୍ତ ଏନେଇ ଦୋକାନିକୁ କହିବା ପରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାର ରେ ସମସ୍ତ କଥା ପଦାକୁ ଆସିବା ସହିତ ଲୁଟ୍ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରି ରାତ୍ରରେ ଲିଖିତ ଭାବେ ଟାଉନଥାନାରେ ଏକ ଏତଲା ଦେଇଥିବା ପ୍ରକାଶ । ଏତଲା ପ୍ରକାରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜରେ ଦିଶୁଥିବା ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ।


