ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଥାନାତୋଟା ସାହି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମେଳାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ପୂର୍ବରୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରଭୁକ୍ତ ୧୦ଟି କ୍ଳଷ୍ଟରରେ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ପୋଚିଲିମା, ଦୁର୍ବନ୍ଧ, ଭାବନ୍ଧ, ନନ୍ଦିକ, ସିକିରି, ଗଣ୍ଡଳା, ମକରଝୋଳ, କଂଚୁରୁ ଏବଂ ସ୍ଥାନୀୟ ପୌରାଂଚଳରେ ଅନୁଷ୍ଠିତ ମେଳାରେ ମନେନେୀତ ହୋଇଥିବା ୫୦ ଟି ଶିକ୍ଷଣ ସାମଗ୍ରୀ ପଦର୍ଶିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ସମେତ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା, କେ. ନିମାଇଁଚାନ୍ଦ ମହାପାତ୍ର ପ୍ରଦର୍ଶିତ ହୋଇଥିବା ଶିକ୍ଷଣ ସାମଗ୍ରୀକୁ ବୁଲି ଦେଖିଥିଲେ । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ଭିତିକ ଶିକ୍ଷଣ ସାମଗ୍ରୀ ଦ୍ୱାରା ଶିକ୍ଷା ପ୍ରଦାନ କଲେ ଶିକ୍ଷାର୍ଥୀ ମାନେ ଅଧିକ ସରଳ ଓ ସହଜରେ ଞ୍ଜାନ ଆହରଣ କରିପାରିବେ ବୋଲି ବିଇଓ ପଣ୍ଡା କହିଥିଲେ । ବିଚାରକ ଭାବେ ବଡ଼ଖଣ୍ଡି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀ ଓ ପୌରାଂଚଳର ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ବିଞ୍ଜାନ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଯୋଗଦେଇ ୩ ଟି ପ୍ରକଳ୍ପକୁ ଜିଲ୍ଲାସ୍ତରକୁ ମନୋନୀତ କରିଥିଲେ ।ସିଆରସିସି ପ୍ରମୋଦ କୁମାର ସାହୁ, ରଘୁନାଥ ସାହୁ, ଅରୁଣ କୁମାର ଦାଶ, କୌଳାସ ସାହୁ, ସନ୍ତୋଷ କୁମାର ଗୌଡ଼, ଗୌରୀ ମିଶ୍ର, ସୂର୍ଯ୍ୟ ସାହୁ, ସୁଶାନ୍ତ ପାଢି, ଯାଦବ ସାହୁ, ଅମରେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲିପ କୁମାର ବୈଠାରୁ, ପ୍ରଧାନ ଶିକ୍ଷୟତ୍ରୀ ଗୀତା ମହାରଣା, ଶିକ୍ଷୟତ୍ରୀ ଡ଼ି. ଗୌରୀ, ରଶ୍ମିତା ଦାଶ , ବିଣାପାଣି ଗନ୍ତାୟତ, ଏ. ମଧୁସ୍ମିତା, ପ୍ରଞ୍ଜା ପରମିତା, ରଶ୍ମିତା ପଣ୍ଡା, ଇପିଲି ଋଷିଆ, ବିଘ୍ନେଶ ସାହୁ, ଜେ. ବିଘ୍ନେଶ ଆଚାରୀ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାରଣା, ଉତମ କୁମାର ସାହୁ, ସନ୍ତୋଷ ସାମନ୍ତରା, ରବିନ୍ଦ୍ର ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ