ବିଣ୍ଣୁପୁର ଠାରୁ ମଦ ଜବତ ; ୨ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଣ୍ଣୁପୁର ଠାରୁ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ ଘନଶ୍ୟାମ ଜେନାଙ୍କ ଠାରୁ ୩୦ଲିଟର ମହୁଲି ମଦ ଜବତ ହୋଇଥିବାବେଳେ ପରମାନନ୍ଦ ଦାସଙ୍କ ଠାରୁ ୩.୬୦୦ଲି. ବିଦେଶୀ ମଦ ଜବତ ହୋଇଥିଲା । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ୨୦ଓ ୨୧ରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଚଢାଉରେ ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର, ସହ ଉପ ନିରୀକ୍ଷକ ନନ୍ଦ ନାୟକ, ମୁରଲୀ ପ୍ରଧାନ, ସ୍ପନ୍ଦନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।