କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ରେ ପ୍ରତି ବର୍ଷ ହେଉଥିବା ଡିସେମ୍ବର ୧ ରୁ ୫ କୋଣାର୍କ ଫେଷ୍ଟିଭାଲ କୁ ଚଳିତବର୍ଷ କୋଭିଡ ନିୟମ ମଧ୍ୟରେ କିଭଳି ଆୟୋଜନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀନିବାସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ପର୍ଯ୍ୟଟନ ସଚିବ ଵିଶାଲ ଦେବ,ପର୍ଯ୍ୟଟନ ନିର୍ଦେଶକ ସଚିନ ଯାଦବ,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ, ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟନାୟକ,ସ୍ଥାନୀୟ ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ହେବାକୁ ଥିବା କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲ କୁ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର ର ବ୍ୟବହାର ସହିତ ଦର୍ଶକ ଗ୍ୟାଲେରୀ ମଧ୍ୟରେ ୩୦% ଦର୍ଶକ ଙ୍କୁ ସୀମିତ ରଖି କାର୍ଯ୍ୟକ୍ରମ ର ଆୟୋଜନ ହେବ ଓ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୫ ଦିନ ଧରି ଓଡିଶୀ ଓ ବିଭିନ୍ନ ରାଜ୍ୟର କ୍ଲାସିକାଲ ଡ୍ୟାନ୍ସ ର ଆୟୋଜନ ହେବ ବୋଲି ପର୍ଯ୍ୟଟନ ନିର୍ଦେଶକ ସଚିନ ଯାଦବ ପ୍ରକାଶ କରିଛନ୍ତି । ଏହା ସହିତ ଚନ୍ଦ୍ରଭାଗା ବେଳାମାର୍ଗ ରେ ହେବାକୁ ଥିବା ବାଲୁକା କଳା ମହୋତ୍ସବ କୁ ୨୦ଟି ବାଲୁକା କଳା ଷ୍ଟଲ କରାଯାଇ ଦର୍ଶକ ମାନଙ୍କୁ ପର୍ଯ୍ୟାୟକ୍ରମେ ଛଡା ଯିବ ଓ ଫୁଡ କୋର୍ଟ କୁ ଚଳିତ ବର୍ଷ ବାହାରେ ରଖାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏହା ସହିତ ଇକୋ ରିଟ୍ରିଟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ ବିଭାଗର ସୋସିଆଲ ମିଡ଼ିଆ ପେଜ ମାଧ୍ୟମରେ ଲାଇଭ କରାଯିବ ବୋଲି ପର୍ଯ୍ୟଟନ ସଚିବ ଵିଶାଲ ଦେବ ପ୍ରକାଶ କରିଛନ୍ତି । ପ୍ରତିବର୍ଷ କୋଣାର୍କ ଫେଷ୍ଟିଭାଲ ରେ ମିନା ବଜାର ଓ ଯାତ୍ରା ମଞ୍ଚ କୁ କୋଭିଡ କଟକଣା ପାଇଁ ଏବର୍ଷ ବାରଣ କରାଯାଇଛି ।ଯାହା ଫଳରେ କି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ