ଖଲ୍ଲିକୋଟ କଲେଜ ରେ ଖୋଲିବ ଅସ୍ଥାୟୀ ପରିବହନ କେନ୍ଦ୍ର

( ଯୁଗାବ୍ଦ ନ୍ୟୁଜ) ସେପ୍ଟମ୍ବର ୧ ତାରିଖରୁ ସାରା ଦେଶରେ ମୋଟର ଭାଇକଲ ଆଇନ ଲାଗୁ ହେବା ପରେ ବାଇକ ଚାଳକଙ୍କ ମଧ୍ୟ ରେ ଛନକା ପଶିଛି । ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଛତ୍ରପୁର ଥିବା ଏକ ମାତ୍ର ପରିବହନ କାର୍ଯ୍ୟ।ଳୟରେ ପ୍ରବଳ ଭିଡ ହେଉଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୂରଦୂରାନ୍ତ ରୁ ଆସୁଥିବା ରୁ ଅଧିକାଂଶ ଲୋକ ଭିଡକୁ ଦେଖି ନିରାଶ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଧେଶକ୍ରମେ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରାଯିବ ବୋଲି କହିଛନ୍ତି । ଆସନ୍ତା ୨୩ ତାରିଖରେ ୩ ଦିନ ଧରି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପରିସରରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ଉକ୍ତ କଲେଜ ର ଛାତ୍ରଛାତ୍ରୀ ଯେଉଁ ମାନଙ୍କୁ ୧୮ ବର୍ଷରୁ ଉର୍ଦ୍ଧ ସେମାନେ ଲାଇସେନ୍ସ ପାଇବାକୁ ବିବେଚିତ ହେବେ । ଏହି କ୍ୟାମ୍ପ ପ୍ରାୟ ୧୦ ଟାରୁ ୧ ଯାଏଁ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ