ଛତ୍ରପୁରରେ ବୁଲିଲା ଅହିଂସା ରଥ

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ସବୁଠି ବୁଲୁଛି ଅହିଂସା ରଥ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ଉପାୟରେ ଘରେ ଘରେ ପହଂଚାଯାଉଛି ଶାନ୍ତି, ପ୍ରେମ  ଓ ଅହିଂସା ବାର୍ତା । ଏଥି ପାଇଁ ପଲ୍ଲୀରୁ ସହର ସବୁଠି ଗଡୁଛି ଅଂହିସା ରଥ । ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶଦ୍ଦକୁ ଯୋଡିବା ପାଇଁ ଦସ୍ତଖତ ଅଭିଯାନ ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଲ୍ଲୀରୁ  ସହର ସମସ୍ତ ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଏହି କ୍ରମେ ରବିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ସୁବାସ ବେହେରାଙ୍କ ନେତୃତ୍ୱରେ  କାଳିପଲ୍ଲୀ ଗ୍ରାମ ପଂଚାୟତର  ବଡପୁଟି ଗ୍ରାମ ଠାରୁ ଏହି  ଅହିଂସା ରଥ ବାହାରିଥିଲା । ପରେ କଣମଣା ଗ୍ରାମ ପଂଚାୟତ ଦେଇ  ଛତ୍ରପୁର ଏନଏସିର ଅପରବସଷ୍ଟାଣ୍ଡ ଠାରୁ ସଚେତନତା ପଟୁଆରକୁ  ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରି ମହାତ୍ମାଗାନ୍ଧୀଙ୍କ ବେଶ ବୁଶାରେ ସଜ୍ଜିତ ଜଣେ ବ୍ୟକ୍ତି  ଏଥିରେ ସାମିଲ ହୋଇଥିବା ବେଳେ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ଆଇନଜିବୀ, ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ଠାରୁ ଆରମ୍ଭ କରି ବିଜୁ ଜନତା ଦଳର ଛାତ୍ର,ଯୁବ ଏବଂ ବରିଷ୍ଠ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ । ଏହାସହ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟରେଡ୍ଡୀଙ୍କ ସମେତ ସମସ୍ତ ଜନପ୍ରତିନିଧି ଏବଂ ଏନଏସିର ପୂର୍ବତନ କାଉନସିଲର ମାନେ ମଧ୍ୟ ସାମିଲ ହୋଇ ଏହାକୁ ଏନଏସି କଲ୍ୟାଣ ମଣ୍ଡପ ପରିସରକୁ  ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ପାଛୋଟି ନେଇଥିଲେ । ସେଠାରେ  ଗାନ୍ଧୀ ଆସିଲେ ଛତ୍ରପୁର କୁ ଏକ ପ୍ରଥ ପ୍ରାନ୍ତ ନାଟକ ପରିବେଶଣ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟରେଡ୍ଡୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଟି.ଚନ୍ଦ୍ରଶେଖର ରାଓ,  ରାଜେଶ କୁମାର ସାହୁ,ଛାତ୍ର ବିଜୁଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲାକାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ର ନାଥ ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା, ଶ୍ରମିକନେତା ରାଜେନ୍ଦ୍ର ଦାସ, ଶିକ୍ଷାବିତ୍ ସୁଧୀର କୁମାର ସାହୁ, ଯୁବନେତା ଶମ୍ଭୁନାଥ ସ୍ୱାଇଁ, ନାଗେଶ୍ୱର ରାଓ, ସରକାରୀ ଓକିଲ ସୁରେଶ ପଣ୍ଡା, ଭୈରବୀ କୁମାର ପଟ୍ଟନାୟକ, ଉମାକାନ୍ତ ରେଡ୍ଡୀ, ଇନ୍ଦୁ ତ୍ରିପାଠୀ,  ଏବିଇଓ ନୃସିଂହ ଚରଣ ମିଶ୍ର, ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଧ୍ୟାପକ /ଅଧ୍ୟାପିକା, ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ଉପସ୍ଥିତ ରହି ବାପୁଜୀଙ୍କ ବାଣୀ କୁ ପ୍ରଚାର କରିଥିଲେ । ସେହିପରି ବଡପୁଟି ଠାରେ  ବିଧାୟକ ଶ୍ରୀ ବେହୋରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ , ଉପାଧ୍ୟକ୍ଷା ଅମିତା ସାହୁ, କାଳିପଲ୍ଲୀ ସରପଂଚ ଶ୍ରୀରାମ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, କଣମଣା ଠାରେ କଣମଣା ସରପଂଚ ଏସ୍.ଚକ୍ରପାଣି ରେଡ୍ଡୀ , ସମିତି ସଭ୍ୟା ରଶ୍ମିତା ବେହେରାଙ୍କ ସମେତ ବହୁ ଜନପ୍ରତିନିଧୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଅହିଂସା ରଥ କୁ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ