ତାରରେ ଝୁଲି ବିବାହ କଲେ ଏହି ଯୋଡ଼ି
ଅନେକ ଲୋକଙ୍କୁ କିଛି ଭିନ୍ନ କରି ଦେଖାଇବାର ନିଶା ଘାରିଥାଏ । ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ଏଇ ଯେମିତି ଜର୍ମାନୀର ଏକ ଯୋଡ଼ିୟ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ ତାର ସାହାଯ୍ୟରେ ଆକାଶରେ ଝୁଲି ବିବାହ କରିଛନ୍ତି । ବିବାହ ସମୟର ସମସ୍ତ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କନ୍ୟା ଜଣଙ୍କ ହେଲେ ଏନା ଟ୍ରେବର । ଯିଏକି ପେସାରେ ଜଣେ “ଓୟାର’ ଆର୍ଟିଷ୍ଟ ଅର୍ଥାତ ତାରରେ ଚାଲନ୍ତିି । ଏନା ତାର ଏବଂ ରଶିରେ ଷ୍ଟଣ୍ଟ କରିଥାନ୍ତି । ବରଙ୍କ ନାମ ସ୍ୱେନ ଲିୟନ । ଏନାଙ୍କ ପିତା ମଧ୍ୟ ଜଣେ ହାଇ ଓୟାର ଆର୍ଟିଷ୍ଟ । ବିବାହରେ ଆସିଥିବା ସମସ୍ତ ଲୋକେ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।