ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୁପଣ ନେଇ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୁପଣ ନେଇ ପ୍ରଶାସନିକ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୦୧୬ ମସିହାରେ ଚାରିଗାଁ ଗ୍ରାମ ପଞ୍ଚାୟତ ନୂତନ ଭାବେ ଗଠିତ ହୋଇଥିଲା । ଉକ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଚକ୍ରାପାଢୀ ଠାରେ ନିର୍ମାଣ ହେବା ପାଇଁ ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା । ଗତ ୨୦୧୭ ମସିହାରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଗ୍ରାମ ପଞ୍ଚାୟତର ଦାୟୀତ୍ୱ ନେଇଥିଲେ । କିନ୍ତୁ ଅଦ୍ୟାବଧି ଚାରିଗାଁ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଚକ୍ରାପାଢୀ ଠାରେ ଜାଗା ଚିହ୍ନଟରେ ସଠିକତା ହୋଇପାରିନଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମ୍ଭବପର ହୋଇପାରିନାହିଁ । ଶନିବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁ ସୂଦନ ଦାସ, ଉପଜିଲାପାଳ ପିତାମ୍ବର ସାମଲ, ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ରାଜସ୍ୱ ନୀରିକ୍ଷକ ଦୀପ୍ତିରେଖା ସ୍ୱାଇଁ ପ୍ରମୁଖ ଚକ୍ରାପାଢୀ ଗ୍ରାମରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ତହସିଲ ଅମିନ ଅଜାତଶତ୍ରୁ ଦାସ, ପିଇଓ ବୀରକିଶୋର ନାୟକ, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସରପଞ୍ଚ ବନମାଳୀ ବେହେରା, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ସାହୁ, ରାମ ଚନ୍ଦ୍ର ସାହୁ, ମୋଟିଭେଟର ତପନ କର, ପର୍ଶୁରାମ ପାଣିଗ୍ରାହୀ, ରଂଜନ ସାହୁ ଉପସ୍ଥିତ ଥିଲେ । ଅଧିକାରୀ ମାନଙ୍କ ମିଳିତ କ୍ଷେତ୍ର ପରିଦର୍ଶନ ଓ ତଦନ୍ତ ପରେ ଜାଗା ଚିହ୍ନଟ ସଠିକତା ନିର୍ଦ୍ଧାରଣ କରାଯାଇ ଯଥାଶିଘ୍ର ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ