ଶିଶୁ ଦିବସ ଅବସରରେ ବସ୍ତି ପିଲା ମାନଙ୍କୁ ଚୋକଲେଟ୍ ବଣ୍ଟନ ଓ ମାକ୍ସ ପିନ୍ଧିବା ସଚେତନତା କାର୍ଯ୍ୟକ୍ରମ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଗ୍ରଣୀ କଳାକେନ୍ଦ୍ର ଟାଇଗର ଡ୍ଯାନ୍ସ ଗ୍ରୁପ୍ ପକ୍ଷରୁ କୁନି କୁନି ପିଲା ମାନଙ୍କୁ ଚୋକଲେଟ୍ ବଣ୍ଟନ କରାଯାଇଥିଲା | ଏ ଶିଶୁ ଦିବସ ଅବସରରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଉପସ୍ଥିତ ରହି କୁନି ବସ୍ତି ପିଲା ମାନଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସାନିଟାଇଜର ବ୍ଯବହାର କରିବା ଦିଗରେ ବୁଝାଇ ଥିଲେ । ସହାୟତା କରିଥିଲେ ସଂଗୀତ ଶିକ୍ଷକ ଗୁରୁ ନଗେନ୍ଦ୍ର ସି ଓ ଅନୁଷ୍ଠାନ ର ନିର୍ଦେଶକ ଗୁରୁ ମେଘନାଦ ହେମ୍ବ୍ରମ, ସମାଜସେବୀ ସୁବାସ ମହାନ୍ତ କୁନି ପିଲାଙ୍କୁ ଆଗାମୀ କାଲିର ଭବିଷ୍ୟତ କହି ଧନ୍ୟବାଦ ଅର୍ପଣ କରିଥିଲେ ।