ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଓ ଧମକ ମାମଲାରେ ଯୁବକ କୋର୍ଟ ଚାଲାଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପୋଡାଡିହା ଗ୍ରାମରେ ଗତ୧୧-୧୧-୨୦୨୦ ତାରିଖ ରାତିରେ ଜନୈକ ଗର୍ଭବତୀ ମହିଳାଙ୍କ ଘରେ ପଶି ବଳାତ୍କାର ଓ ଧମକ ମାମଲାରେ ପୋଡାଡିହା ଗ୍ରାମର ଜୟପାଲ ସିଂ ର ପୁଅ ବବଲୁ ସିଂଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ଥାନାରେ ମାମଲା କେଶ ନଂ ୧୪୬/୨୦ ରୁଜୁ ହୋଇଥିଲା । ପୋଲିସ ବବଲୁକୁ ୧୩ ତାରିଖ ଦିନ ଗିରଫ କରିଥିଲା ଓ ୧୪ ତାରିଖ ଦିନ କୋର୍ଟ ଚାଲାଣ କରିଛି ।