ଆଲୋକର ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି

କଳାହାଣ୍ଡି,(ୱାଇଏନ୍ଏସ୍): ଆଲୋକର ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି ଭବାନୀପାଟଣା ସହରର ରାସ୍ତା ଘାଟରେ ଫୁଲ, କଦଳୀ ଗଛ ଓ ମାଟି ଦୀପ କିଣିବାକୁ ପ୍ରଚୁର ଗହଳି ଲଗାଇଥିଲେ । ବୁଲା ଗାଈଗୋରୁ ଓ କୁକୁର ଙ୍କ ପ୍ରାଧୁଭାବ ସହ ଲୋକଙ୍କ ଦୀପାବଳି ବଜାର ପାଇଁ ସହରରେ ଆଜି ପ୍ରଚୁର ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ଶନିବାର ସାପ୍ତାହିକ ବଜାର ଥିବାରୁ ଭିଡ଼ କମାଇବାକୁ ପୁଲିସକୁ ନକେଦମ ହେବାକୁ ପଡିଥିଲା । ଅନ୍ୟପଟେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଟାଉନ ଥାନା ପୁଲିସ ପ୍ରଦେଶୀପଡ଼ରୁ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ବାଣ ଜବତ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ