ନାଉଗାଁ ବ୍ଳକରେ ମା ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ
ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକର ବିଭିନ୍ନ ପୂଜା ମଣ୍ଡପରେ ମା ଶ୍ୟାମାକାଳୀଙ୍କ ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରାକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଓ ପୂଜା କମିଟି ମାନଙ୍କ ପକ୍ଷରୁ ଏହି ପୂଜା ପାଳନ କରାଯାଇଛି । ବ୍ଳକର ଶିଖର ପଂଚାୟତ ସାରେଇକୂଳ, ଡେରିକି ପଂଚାୟତର ଡେରିକି, ଘୋଡାଂଶ ପଂଚାୟତର ଘୋଡାଂଶ,ପାଇକସାହି ଆଦି ଗ୍ରାମର ପୂଜା ମଣ୍ଡପରେ ମା ଶ୍ୟାମାକାଳିଙ୍କ ମୃଣ୍ମୟୀ ପ୍ରତିମୂର୍ତି ନିର୍ମାଣ କରାଯାଇ ପୂଜା କରାଯାଉଛି । ପୂର୍ବ ବର୍ଷ ପରି କୌଣସି ମଣ୍ଡପ ନିକଟରେ ଜନସମାଗମ ହେଉ ନଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ ଦିଆଯାଇଛି । ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ ଚାଲିଥିବା ବେଳେ ମା ଶ୍ୟାମାକାଳି ପୂଜା କମିଟି ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି ।