କିଡନୀ ଖରାପ ହେବାର ଲକ୍ଷଣ
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି । ବିଶେଷ କରି କିଡନୀ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି । ତେବେ କିଡ୍ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଦେଇଥାଏ । ଯଥାଶୀଘ୍ର ଏହାକୁ ଚିହ୍ନଟ କରିପାରିଲେ ଏଥିରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା କିଡନୀ ଖରାପ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ଦେଖାଦେଇଥାଏ ।
ପରିସ୍ରାରେ ଅନିୟମିତତା : ଏକ ରିପୋର୍ଟରୁ ପ୍ରକାଶ ଯେ, ବାରମ୍ବାର ପରିସ୍ରା ଲାଗିଲେ କିମ୍ବା କମ୍ ପରିସ୍ରା ହେଉଥିଲେ କିଡନୀ ଖରାପର ସୂଚନା ଦେଇଥାଏ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ହଠାତ୍ ଶରୀରର ଓଜନ ବୃଦ୍ଧି ହେବା : କିଡନୀ ଖରାପ ଥିଲେ ହଠାତ୍ ଶରୀରର ଓଜନ ବୃଦ୍ଧି ଘଟିବା ସହ ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଫୁଲିଯାଇଥାଏ । ଏପରି ହେଉଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ ।
ପରିସ୍ରାରେ ରକ୍ତ ପଡ଼ିବା : ପରିସ୍ରାରେ ନିୟମିତ ଭାବେ ରକ୍ତ ପଡ଼ିଲେ ଏହା କିଡନୀ ଖରାପ ବୋଲି ସୂଚାଇଥାଏ । ଏଥିପ୍ରତି ଅବହେଳା କରନ୍ତୁ ନାହିଁ ।
ମୁଣ୍ଡ ବୁଲାଇବା : କିଡନୀରେ ସମସ୍ୟା ଥିଲେ ମୁଣ୍ଡ ବୁଲାଇବା ସହ ଥକ୍କା ଲାଗିଥାଏ ।
ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ : କିଡନୀ ଖରାପ ଥିଲେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଏସବୁ ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।