ଗଂଗଦାହାଟରେ ମା’ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଳା ମେଳା ଅନୁଷ୍ଠିତ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟରେ ମା’ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ମା’ଶାରଳାଙ୍କ ଅଷ୍ଟବିଂଶତମ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ରବିବାର ଷୋଡଶ ଉପଚାର ପୂଜା ପାଇଁ ଝଙ୍କଡସ୍ଥିତ ମା’ଶାରଳା ମନ୍ଦିରରୁ ଆଜ୍ଞାମାଳ ବରଣ କରାଯାଇଥିଲା । ସୋମବାର ଠାରୁ ରୀତିନିତି ଅନୁସାରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ଆସନ୍ତା ୨୦ତାରିଖରେ ଉକ୍ତ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ମା’ଶାରଳା ସାଂସ୍କୃତିକ ପରିଷଦର ସଦସ୍ୟମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ