ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୫ଲିଟର ଚୋରା ଦେଶି ଓ ବିଦେଶୀମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫ ଲିଟର ଚୋରା ଦେଶି ଓ ବିଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମର ବନବିହାରୀ ସ୍ୱାଇଁଙ୍କ ଠାରୁ ୪ଲିଟର ଚୋରା ଦେଶିମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହପରି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମର ମଦନମୋହନ ମଳିକଙ୍କ ଠାରୁ ୪ଲିଟର ୪ଶହ ମିଲିଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ବେଳେ ସେହିଗ୍ରାମର ରଞ୍ଜନ ମଳିକଙ୍କ ଠାରୁ ୩ଲିଟର ୬ଶହ ମିଲି ଲିଟର ଚୋରା ବିଦେଶୀମଦ ଜବତ କରାଯାଇଛି । ଗରଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତିଙ୍କ ଠାରୁ ୮ଲିଟର ଚୋରା ରନ୍ଧାମଦ ଜବତ କରାଯାଇଥିବା ବେଳେ ଅଟାବୁହା ଗ୍ରାମର ସନ୍ତୋଷ ବେହେରାଙ୍କ ଠାରୁ ୫ ଲିଟର ଚୋରା ଦେଶୀ ମଦ ଅବକାରୀ ବିଭାଗ ଜବତ କରି ସମସ୍ତ ଚୋରାମଦ ବେପାରୀଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର କାଳନ୍ଦି ଚରଣ ବେହେରା, ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ଟୁକୁନା ପ୍ରଧାନ, ଜଗନ୍ନାଥ ବେସ୍ରା, ପ୍ରଶାନ୍ତ ଘଡାଇ, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ନିରୂପମା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ