ଦକ୍ଷତା ଅଛି, ସହଯୋଗ ମିଳିଲେ କନ୍ଧମାଳରେ କଂଗ୍ରେସ କ୍ଷମତାକୁ ଆସିବ :- ଅନାମ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଘୁ.ଉଦୟଗିରି  ସମନ୍ବିତ ସଭା ଗୃହଠାରେ ଆୟୋଜିତ ବ୍ଳକ ଓ ନଗର ସଭାପତି ଚୟନ କମିଟି ବୈଠକରେ ଯୋଗଦେଇ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା କହିଛନ୍ତ । ଜି.ଉଦୟଗିରିକୁ ପୋଷ୍ୟ ଗ୍ରାମ ଭାବେ ନେବା ସହ କଂଗ୍ରେସର ଗଡ କୁହାଯାଉଥିବା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଜି.ଉଦୟଗିରିରେ ଆଗକୁ ହେବାକୁ ଥିବା ଏନଏସି ନିର୍ବାଚନରେ କଂଗ୍ରେସ ଦଳ ନିଜର ପରିଷଦ ଗଠନ କରିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ସଭାପତି ଶ୍ରୀ ନାୟକ । ଆହୁରୀ ମଧ୍ୟ କହିଛନ୍ତି ଯେ, ଗତ ଦିନରେ ମୋ ନିର୍ବାଚନୀ ମଣ୍ଡଳୀ(ଫୁଲବାଣୀ) ସ୍ଥିତ ଫିରିଙ୍ଗିଆରେ ଦୁଇଟି ଜିଲ୍ଲା ପରିଷଦ ଜୋନ ଥିବାବେଳେ ଖୋଦ ସାଂସଦ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶାସକ ଦଳରେ ଥାଇ ମଧ୍ୟ ମୁଁ ସେଠାରେ ଦଳୀୟ କର୍ମୀଙ୍କ ସହଯୋଗରେ ଦୁଇଟି ଯାକ ଜୋନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲି । ଏଣୁ ମୁଁ କଥାରେ ନୂହେଁ କାମରେ ବିଶ୍ବାସ କରେ । ବିଗତ ଦିନରେ ଜାତୀୟ ଦଳ କଂଗ୍ରେସ ବିଭିନ୍ନ ସ୍ଥାନରେ ଏଜେଣ୍ଟ ମଧ୍ୟ ଦେଇପାରୁନଥିଲେ, ଏଣୁ ବର୍ତ୍ତମାନ ସମୟରେ ବିଗତ ଦିନର କାର୍ଯ୍ୟ ବା ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଭୂଲି ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି ଜିଲ୍ଲାର କଂଗ୍ରେସ ସଙ୍ଗଠନକୁ ସୂଦୃଢ କରାଯାଇପାରିବ । ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ କାଳୁଚରଣ ଦଳବେହେରା, ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ପ୍ରମୋଦ ନାୟକ, ଥମାସ ପ୍ରଧାନ, ମାନଭଞ୍ଜନ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ,ବିଶ୍ବନାଥ ନାଇକ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଙ୍ଗଠନ ଉପରେ ଆଲୋକପାତ କରିଥିଲେ ।  ବୈଠକରେ ସର୍ବ ସମ୍ମତିକ୍ରମେ ବ୍ଳକ ସଭାପତି ଭାବେ ଫିରୋଦ ଦିଗାଳ ଓ ନଗର ସଭାପତି ଭାବେ ଏନ.ରାଜା ରାଓଙ୍କୁ ଚୟନ କରାଯାଇଛି । ପୂର୍ବରୁ ଏନ.ରାଜା ରାଓ ସ୍ବାଗତ ଭାଷଣ ଦେଇଥିଲେ। ଜାକେଶ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଫିରୋଜ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ