କାଶୀନଗର ଏନଏସିରେ ବଡ ଧରଣର ଚୋରି
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ଫରେଷ୍ଟ ଜଙ୍କ୍ସନ ନିକଟରେ ନିକଟରେ ବସବାସ କରୁଥିବା ଭେଙ୍କଟେଶ୍ୱର ପିତାମ୍ବର ଘରେ ତାଲା ପକାଇ କୌଣସି କାମରେ ବଜାରକୁ ଚାଲିଯାଇଥିବା ବେଳେ ତାଙ୍କ ଘରୁ ବଡ ଧରଣର ଚୋରି ହୋଇଥିବା ଶୁଣିବାକୁ ମିଳିଛି | ଏଫଆଇଆର ପାଇବା ପରେ ପୋଲିସ ତରଫରୁ ତଦନ୍ତ ଜାରି ରହିଛି ୧୮ ତାରିଖ ପୂର୍ବାହ୍ନରେ ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ ଓ ପାରଳାଖେମୁଣ୍ଡି ରୁ ସ୍କ୍ୱାଡ ଆସି ଅନୁସନ୍ଧାନ କରିଛନ୍ତି | ଏ ପର୍ଯ୍ୟନ୍ତ ଚୋର ଧାରା ପଡି ନାହିଁ | ତେବେ ଆଇ.ଆଇ.ସି ସୁଶାନ୍ତ ସାହୁଙ୍କ କହିବା ନୁସାରେ ୧୦ ଲକ୍ଷ ଟଙ୍କା ୧୬ ତୋଳା ସୁନା ଓ କିଛି ରୂପା ଜିନିଷ ଚୋରି ହୋଇଥିବା ଜଣାପଡିଛି | ଘରର ଚାବି ଖୋଲି ଚୋର ତାଲା ନେଇ ଯାଇଛି | ତେବେ ଟଙ୍କା ସୁନା ବ୍ୟତୀତ ଅନ୍ୟ କୌଣସି ଜିନିଷରେ ହାତ ଲଗେଇ ନାହିଁ ଚୋର | ଭେଙ୍କଟେଶ୍ୱର ପିତାମ୍ବରଙ୍କ କହିବାନୁସାରେ ଟଙ୍କା ସୁନା ବ୍ୟତୀତ ତାଙ୍କର ରୁପାର ଏକ ବଡ ଥାଳି,ପୂଜା ଗିନା, ତିନୋଟି ରୂପା ଗିନା, ଦୀପ ରୂଖା ଓ ପାଉଁଜି ଦୁଇ ସେଟ ଚୋରି ହୋଇଛି | ଓ ସେ କିଛି ଜଣାଶୁଣା ପରିଚୟ ଲୋକଙ୍କୁ ସନ୍ଦେହ କରୁଛନ୍ତି | ଯେଉଁ ମାନଙ୍କୁ ସେ ସନ୍ଦେହ କରୁଛନ୍ତି ସେମାନଙ୍କ ନାମ ସେ ପୋଲିସକୁ କହିଛନ୍ତି | ତଦନ୍ତ ଜୋର ଧରିବାରୁ ଚୋର ଅବିଳମ୍ବେ ଧାରା ପଡିଯିବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି |


