ରଷ୍ଟ୍ରୟ ଏକତା ସଭାରେ ଯୋଗଦେଲେ ରଷ୍ଟ୍ରୟଉପସଭାପତି ବୈଜନ୍ତ ପଣ୍ଡା

(ବ୍ରହ୍ମପୁର)- ଏକ ଦେଶ ଏକ ସମ୍ବିଧାନ ନାରା ଦେଇ ଦେଶବ୍ୟାପି ରଷ୍ଟ୍ରୟ ଏକତା ଅଭିଯାନ ଆରମ୍ଭ କରିଛି ବିଜେପି । ସାରା ଦେଶକୁ ଗୋଟିଏ ସୁତ୍ରରେ ବାନ୍ଧିରଖିବା ପାଇଁ ଏହି ମହତାକାଂକ୍ଷୀ ଜନ ଜାଗରଣ ସଭା ସୋମବାର ରେଶମ ସହର ବ୍ରହ୍ମପୁର ଡାଏମଣ୍ଡ ଜୁବିଲ ଟାଉନ୍ ହଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ରଷ୍ଟ୍ରୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗଦେଇ ନିକଟରେ କେନ୍ଦ୍ରସରକାର ଧାରା ୩୭୦ ଉଛେଦ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ଦ୍ୱାରା ଦେଶର ଅଖଣ୍ଡତା ଉପରେ ପ୍ରଶ୍ନଉଠୁଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସମାପ୍ତ କରିଦେଇଛନ୍ତି । ଫଳରେ କାଶ୍ମୀରବାସୀ ଙ୍କୁ ଦିର୍ଘ ଦିନପରେ ପୂର୍ଣ୍ଣ ସ୍ୱାଧିନତା ମିଳିଛି । ୩୭୦ ଧାରା ଲାଗିବା ଦ୍ୱାରା ଶତ୍ରୁରଷ୍ଟ୍ର ପାକିସ୍ଥାନ,ଆତଙ୍କବାଦୀ ସଂଗଠନ ଓ ବିଚ୍ଛିନ୍ନତାବାଦୀମାନେ ଏହାର ଫାଇଦା ଉଠାଉଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ,ରାଜ୍ୟସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର,ରାଜ୍ୟସଂପାଦକ ବିଭୁତି ଜେନା, ଗଞ୍ଜାମ ଜିଲ୍ଲା ସଭିପତି କାହ୍ନୁ ଚରଣ ପତି ପ୍ରମୁଖ ଯୋଗଦେଇ ଧାରା ୩୭୦ ଉପରେ ଆଲେଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ