ରାଜନୀତିରୁ ଅବସର ନେବେ ଗିରିରାଜ ସିଂହ

ପାଟନା: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ୨୦୨୪ ପରେ ଆଉ ରାଜନୀତି କରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ସରକାରର ପାଳି ପୂରଣ କରିବା ପରେ ଗିରିରାଜଙ୍କ ରାଜନୀତିକ ଇନିଂସର ପୂର୍ଣ୍ଣଚ୍ଛେଦ ପଡ଼ିବ । ଆଜି ସେ ନିଜେ ଏକଥା କହିଛନ୍ତି । ଗିରିରାଜଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଜେଡିୟୁର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଜବାବ ଦେଇ ସେ କହିଛନ୍ତି, “ବର୍ତ୍ତମାନ ମୋ ରାଜନୀତି କ୍ୟାରିୟର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି ।
ଲୋକଙ୍କ ପାଇଁ କିଛି କରିବା ଲକ୍ଷ୍ୟ ନେଇ ମୁଁ ରାଜନୀତି ଆରମ୍ଭ କରିଥିଲି । ବିଧାୟକ, ସାଂସଦ କିମ୍ବା କୌଣସି ପଦପଦବୀ ହାସଲ କରିବା ମୋର ଲକ୍ଷ୍ୟ ନଥିଲା । ଆମ ମାନଙ୍କର ଆଦର୍ଶ ଶ୍ୟାମା ପ୍ରସାଦ ମୁଖାର୍ଜୀ କଶ୍ମୀରକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ବଳିଦାନ ଦେଇଥିଲେ । ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ମୁଁ ଲୋକଙ୍କ ନିକଟତର ହୋଇଥିଲି । ଆମେ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀଙ୍କୁ ପାଇଥିବାରୁ ଭାଗ୍ୟବାନ ମନେ କରିବା ଦରକାର । ତାଙ୍କ ପାଇଁ ଆଜି ଆମର କଶ୍ମୀର ସ୍ୱପ୍ନ ପୂରଣ ହୋଇପାରିଛି । ମୋତେ ଲାଗୁଛି ମୋଦି ସରକାରଙ୍କ ଏହି ପାଳି ସରିବା ପରେ ମୋର ରାଜନୀତି କ୍ୟାରିୟର ମଧ୍ୟ ଶେଷ ହୋଇଯିବ । ୨୦୧୪ରେ ପ୍ରଥମଥର ପାଇଁ ଗିରିରାଜ ନୱଡାରୁ ସାଂସଦ ହୋଇଥିଲେ । ଏହାପରେ ଏଥର ତାଙ୍କୁ ସେହି ଆସନ ମିଳିବ ବାଲି ଆଶା କରାଯାଉଥିଲା । ହେଲେ ଦଳ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା । ପ୍ରାଥମିକ ଅବସ୍ଥାରେ ଅସନ୍ତୁଷ୍ଟ ଥିବା ଗିରିରାଜ ଶେଷରେ ଏହି ଆସନରେ ଲଢ଼ି ବିଜୟୀ ହାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ