ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି ।ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ କନ୍ୟା ପାଦ ଆଙ୍ଗୁଳିର ନଖ ଛୁଇଁ ବରକୁ ତ୍ରିବାର ସତ୍ୟ କରିବାକୁ ହୁଏ । ବିବାହପରେ କନ୍ୟାର ନଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ବର ନିଏ ଦାୟିତ୍ୱ । ବିବାହ ପରେ ଯେତେବେଳେ ପ୍ରଥମ ରାତିରେ ପୁଅ-ଝିଅ ମିଳନ ହୁଏ ସେମାନଙ୍କର ତକିଆ ତଳେ ଛୁରି ରଖାଯାଏ । ଏହାଦ୍ୱାରା ଦୁଇଜଣଙ୍କ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଏହି ଜନଜାତି ବିଶ୍ୱାସ କରନ୍ତି । ବିବାହ ପୂର୍ବରୁ ଏଠାରେ କନ୍ୟା ଦେହରେ କ୍ଷୀର ଓ ବର ଦେହରେ ତେଲ ମାଲିସ କରାଯିବା ପରମ୍ପରା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ