ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ୟେରେଭାନ୍: ଆର୍ମେନିଆର ସ୍ପେଣ୍ଡରିଆନରେ ଜଣେ ମହିଳାଙ୍କ ଆଖିରୁ ଲୁହ ବଦଳରେ କ୍ରିଷ୍ଟାଲ ଭଳି ପଥର ବାହାରୁ ଥିବା ଦେଖିବାକୁ ମିଳୁଛି । ସ୍ପେଣ୍ଡରିଆନରେ ବସବାସ କରୁଥିବା ୨୨ବର୍ଷୀୟ ସାଟନିକ୍ କାଜର଼୍ୟାନଙ୍କ କହିବାନୁସାରେ, ମୋ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ ଭଳି ପଥର ବାହାରୁଛି । କିଛି ଦିନ ତଳେ ଆଖିରେ ଧୂଳି ପଡିବା ଭଳି ଅନୁଭବ ହୋଇଥିଲା । ଏହାପରେ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲି ।ଡାକ୍ତର କିଛି ଔଷଧ ଦେଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ଆଗ ଅପେକ୍ଷା ଆଖିରୁ ଅଧିକ କ୍ରିଷ୍ଟାଲ ବାହାରୁଛି । ଡାକ୍ତର ବି ମୋର ଏହି ଅସୁବିଧା ବିଷୟରେ ସଠିକ୍ ଭାବେ ଜାଣି ପାରୁ ନାହାନ୍ତି । ତେଣୁ ଅସ୍ତ୍ରୋପ·ର ବି ହୋଇପାରୁ ନାହିଁ । ମୋର ପରିବାର ·ଷ କାମ କରନ୍ତି । ଏଥିରୁ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳିଥାଏ । ଏମିତିରେ ପାଖରେ ଏତେ ପରିମାଣର ଅର୍ଥ ନାହିଁ କି ମୋର ଏହି ଅଦ୍ଭୁତ ରୋଗରେ ଚିକିତ୍ସା କରି ହେବ ।’
ତେବେ ସନ୍ଦେହ କରାଯାଉଛି କି ଲୁହରେ ଅଧିକ ପରିମାଣରେ ପ୍ରୋଟିନ୍ ଥିଲେ ଏମିତି ରୋଗ ହେବାର ସମ୍ଭାବନା ରହିଥାଏ । ଏତଦବ୍ୟତୀତ ଲୁହରେ ଲୁଣ ମାତ୍ରା ଅଧିକ ରହିଥିଲେ ବି ତାହା କ୍ରିଷ୍ଟଲରେ ପରିଣତ ହୋଇଯାଇଥାଏ ବୋଲି କୁହାଯାଇଥାଏ ।


