ନୟନଯୋରୀକୁ ଓଲଟିଲା କାର; ୩ଜଣ ଆହତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଆଖୁଆପଦା ସ୍ଥିତ ହିଞ୍ଜିଳି ଛକ ନିକଟରେ ଏକ କାର ଓଲଟି ପଡିବାରୁ ତିନିଜଣ ଆହତ ହୋଇଛନ୍ତି । ଓଆର ୦୨ଏଆର୭୭୦୬ ମାରୁତୀ କାରଟିରେ ବାଲେଶ୍ୱର ଖନ୍ତାପଡା ଥାନା ଗୋପାଳପୁର ଗ୍ରାମର ଯୋଗେଶ ଚନ୍ଦ୍ର ମିଶ୍ର , ସନ୍ଧ୍ୟାରାଣୀ ମିଶ୍ର ଓ ସୁକାନ୍ତି ରଥ ଭୁବନେଶ୍ୱର ଯାଉଥିଲେ । ଦିନପ୍ରାୟ ୧୦ଟାବେଳେ ହିଞ୍ଜିଳି ଛକ ଡାଇଭରସନ ଠାରେ ରାସ୍ତାକାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଚିପ୍ସ ପଡିଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡି ସିଧା ନିକଟ ନୟନଯୋରୀକୁ ଚାଲିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗାଡିରୁ ୩ଜଣଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ