ମୁଖପତ୍ର ଦଧିବାମନ ଉନ୍ମୋଚନ ଉତ୍ସବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଆଖୁଆପଦା ଗ୍ରାମ ସ୍ଥିତ ହରିସଙ୍କୀର୍ତ୍ତନ ଭବନ ଠାରେ ଶ୍ରୀଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ଷଷ୍ଠ ବାର୍ଷିକ ଉତ୍ସବ ସଭାପତି ନାରାୟଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଅକ୍ଷୟ କୁମାର ଦାସ, ଭୁବନ ମୋହନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଧନେଶ୍ୱର ଜେନା, ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କଳା ସାହିତ୍ୟ କ୍ଷେତ୍ରରେ ପରିଷଦର ବାର୍ଷିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ସହିତ ଗ୍ରାମାଞ୍ଚଳରେ ନୂତନ କବି ମାନଙ୍କୁ ପରିଚୟ ଦେବାରେ ଦଧିବାମନ ସାହିତ୍ୟ ସଂସର ସର୍ବାଗ୍ରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖପତ୍ର ଶ୍ରୀ ଦଧିବାମନ କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏହା ସହିତ ପୂର୍ଣ୍ଣଚନ୍ଦ୍ର ସାହୁ ଓ ବୈଲୋଚନ ଜେନାଙ୍କ ଯୁଗ୍ମ ସଂକଳନରେ ନାରୀ ଚେତନା ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରବନ୍ଧାବଳୀ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ତଥା ସାରସ୍ୱତ ସାଧକ କିର୍ତ୍ତନ ବିହାରୀ ମହାକୁଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବିନଟବର ଦଳାଇ, କିଶୋର ଚନ୍ଦ୍ର ମହାନ୍ତି, ମହେନ୍ଦ୍ର ମଲ୍ଲିକ, ହରପ୍ରିୟା ସାମଲ, ବେଲାରସେନ ପତି ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ପରିଷଦର ସମ୍ପାଦକ ବୈଲୋଚନ ଜେନା ସ୍ୱାଗତ ଭାଷଣ ଓ ଆଭିମୁଖ୍ୟ ପ୍ରକାଶ କରିଥିବାବେଳେ ହରିହର ପଲ୍ଲାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ କାହ୍ନୁଚରଣ ଜେନା, ସଭ୍ୟ ଗୌରାଙ୍ଗ ଚରଣ ଜେନା, ଶରତ ଚନ୍ଦ୍ର ଜେନା, ଶିବ ପ୍ରସାଦ ଦାସ, ବିଜୟାଲକ୍ଷ୍ମୀ ମହାପାତ୍ର, ବିଶ୍ୱରଞ୍ଜନ ଜେନା, ମନୋରଞ୍ଜନ ଜେନା,ଧନେଶ୍ୱର ଜେନା, ସ୍ମୃତିରଞ୍ଜନ ଜେନା, ରଘୁନାଥ ଜେନା, ରଶ୍ମିରଞ୍ଜନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ