ଆଦିକବି ସାରଳା ଦାସ କଲେଜରେ ଏନ. ସି. ସି ଦିବସ ପାଳିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜ ପରିସରରେ ଆଜି ଜାତୀୟ ସମର ଶିକ୍ଷାର୍ଥି ଦିବସ କୋଭିଡ ନିୟମ ସହକାରେ ପାଳିତ ହୋଇଯାଇଛି। ଏନସିସି ପତାକା ଉତ୍ତୋଳନ ସହ କ୍ୟାଡେଟ ମାନଙ୍କ ଦ୍ବାରା କ୍ୟାଡେଟ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ୟ୍ୟକ୍ରମରେ ଏନସିସି ଅଧିକାରୀ କ୍ୟାପେଟେନ ଗ୍ୟାଂନଜ କୁମାର ସାମନ୍ତରାୟ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବରେ ଏଏସଡି କଲେଜର ଅର୍ଥନୀତି ବିଭାଗର ପ୍ରଫେସର ହିଂମାଶୁ ଭୁଷଣ ଆଚାର୍ୟ୍ୟ ଯୋଗଦେଇ ଶୃଙ୍ଖଳା ଓ ଏକତା ମଣିଷ ଜୀବନକୁ ମହାନ କରିଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଅଶୋକ କୁମାର ରାଉତ, ଅଧ୍ୟାପକ ପ୍ରହରାଜ ମହାପାତ୍ର, ଡୋନା ବରାଳ, ସୁମିତ୍ରା ବେହେରା, ଏନସିସି କ୍ୟାଡେଟ ଶ୍ରୀକାନ୍ତ ଦାସ, ନରେଶ ମହାପାତ୍ର, ଜ୍ୟୋତିର୍ମୟ ମହାପାତ୍ର, ସ୍ବପ୍ନଜିତ ଦାସ, ବରଦା ପ୍ରସନ୍ନ ମହାପାତ୍ର, ଦେବାଶିଷ ରାଉତ, ଅଂଶୁମାନ ଦାସ, ବିଶ୍ବନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସ୍ବାଧିନତା ଦିବସ ଅବସରରେ ନୂଆ ଦିଲୀରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଯୋଗଦେଇଥିବା କ୍ୟାଡେଟ ଦିପାଲୀ ମହନ୍ତଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।


