ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ “ଅକ୍ଷରା”

ପୋଲସରା,(ଅନିଲ କୁମାର ମହାରଣା): ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଲା ଅବନା ଅନୁପ୍ରାସ କବିତାମାଳା ‘ଅକ୍ଷରା’। ହାତୀଓଟ ନୋଡ଼ାଲ୍ ହାଇସ୍କୁଲ ସହକାରୀ ଶିକ୍ଷକ କୁଳମଣି ସାହୁଙ୍କ ଦ୍ବାରା ରଚିତ ଏହି ପୁସ୍ତକଟି ଏକ ଅନନ୍ୟ ଓଡ଼ିଆ କବିତା ପୁସ୍ତକ ଭାବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନିତ ହୋଇ ଗଞ୍ଜାମର ଗୌରବ ବୃଦ୍ଧି କରିବା ସହ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାର ଶ୍ରେଷ୍ଠତ୍ଵ ପ୍ରତିପାଦନରେ ସହାୟକ ହୋଇଛି । ଶବ୍ଦ ଆରମ୍ଭରେ ବ୍ୟବହୃତ ହେଉନଥିବା ୮ଟି ଅକ୍ଷରକୁ ବାଦ୍ ଦେଇ ଅନ୍ୟ ୪୧ଟି ଅକ୍ଷରରେ ୪୧ଟି କବିତା ରଚନା କରାଯାଇଛି। ପ୍ରତ୍ୟେକ କବିତାର ଶୀର୍ଷକ ସହିତ ପ୍ରତି ଧାଡ଼ିର ଆରମ୍ଭରେ ଗୋଟିଏ ଅକ୍ଷର ବିନା ମାତ୍ରାରେ ବ୍ୟବହାର କରାଯାଇଛି। ହାତୀଓଟ ଆଦର୍ଶ ବିଦ୍ୟାଳୟଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼୍ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍‌ସ୍ ପ୍ରମାଣପତ୍ର ଓ ସ୍ବର୍ଣ୍ଣ ପଦକ ପ୍ରଦାନ କରି କୁଳମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷା ସ୍ମିତା ନାୟକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦି, ବିଇଓ ତ୍ରିଲୋଚନ ତ୍ରିପାଠୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ସରପଞ୍ଚ ନାରାୟଣ ସେଠୀ, ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ପ୍ରଧାନ, କେ. ସୁମିତ୍ରା ପାତ୍ର, କେ. ସନ୍ତୋଷ କୁମାର ପାତ୍ର, ରଶ୍ମିତା କୁମାରୀ ସାହୁ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି କବି ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ସଫଳତା ପାଇଁ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ଓ ସାହିତ୍ୟିକ ବୃନ୍ଦ ଆନନ୍ଦ ପ୍ରକାଶ କରିବାସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ