ଦୂରସ୍ଥାନ ଯାତ୍ରା କରୁଥିବା ଭାରତର ୪ଟି ଟ୍ରେନ୍
ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହେଉଥିବା ଆମ ଭାରତ ଏକ ବିରାଟ ଦେଶ । ଏହାର ସଭ୍ୟତା ଓ ସଂସ୍କୃତି ମଧ୍ୟ ଅଲଗା । ତେବେ ଯଦି ଆପଣଙ୍କୁ ଭାରତର ଏହି ଭିନ୍ନଭିନ୍ନ ସଭ୍ୟତା ଓ ସଂସ୍କୃତିକୁ ଦେଖିବା ଲାଗି ଇଚ୍ଛା ହେଉଛି, ଏଥିଲାଗି ଭାରତୀୟ ରେଳ ସବୁଠୁ ଏକ ବଢ଼ିଆ ମାଧ୍ୟମ । ଟ୍ରେନ୍ରେ ବସି ରାସ୍ତାର ପାହାଡ଼, ପର୍ବତ, କ୍ଷେତକୁ ଦେଖିପାରିବେ । ମାତ୍ର ଆପଣ କ’ଣ ଏହା ଜାଣନ୍ତି, ଭାରତରେ ଏପରି କିଛି ଟ୍ରେନ ଅଛି, ଯେଉଁଥିରେ ପୂରା ଭାରତବର୍ଷକୁ ଦେଖିପାରିବେ । ଏହା ସାଧାରଣ ଲୋକଙ୍କ ପାଇଁ ହୋଇଥିବାବେଳେ ଏହି ଟ୍ରେନ୍ରେ ବସି ଭାରତ ଭ୍ରମଣ ଇଚ୍ଛାକୁ ସାକାର କରନ୍ତୁ ।
ବିବେକ ଏକ୍ସପ୍ରେସ: ଏହି ଟ୍ରେନ୍ ଭାରତର ଅଧିକ ସ୍ଥାନ ଯାତ୍ରା କରିଥାଏ । ଏହା କନ୍ୟାକୁମାରୀ, ତାମିଲନାଡୁ, ଦିବ୍ରୁଗଡ଼, ଆସାମ ପର୍ଯ୍ୟନ୍ତ ୪,୨୭୩ କି.ମି ·ଲିଥାଏ । ଆପଣଙ୍କ ଏହି ଯାତ୍ରା ୮୫ ଘଣ୍ଟାରେ ପୂରା ହୋଇଥାଏ । ଏଣୁ ଆପଣଙ୍କ ପଶ୍ଚିମବଙ୍ଗରୁ କେରଳ ପର୍ଯ୍ୟନ୍ତ ସୁନ୍ଦର ସଂସ୍କୃତିକୁ ଉପଭୋଗ କରିପାରିବେ ।
ହିମସାଗର ଏକ୍ସପ୍ରେସ: ଏହା ଭାରତର ଦ୍ୱିତୀୟ ଅଧିକ ସ୍ଥାନ ଯାତ୍ରା କରୁଥିବା ଟ୍ରେନ୍ । ଏହା ୩,୭୧୪ କି.ମି. ଯାତ୍ରା କରିଥାଏ । ଉକ୍ତ ଟ୍ରେନ୍ ଉତ୍ତରରେ ଜମ୍ମୁ ଓ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ ।
ନବଯୁଗ ଏକ୍ସପ୍ରେସ୍: ଏହା ସପ୍ତାହରେ ଥରେ ମାତ୍ର ·ଲିଥାଏ । ଜମ୍ମୁଟାଭିରୁ ମାଙ୍ଗାଲୋର ଯାଉଥିବା ଏହି ଟ୍ରେନ ୧୨ଟି ରାଜ୍ୟ ଦେଇ ଯାଇଥାଏ ।
ଗୁଆହାଟୀ ଏକ୍ସପ୍ରେସ୍: ଏହା ଚତୁର୍ଥ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍ । ଯଶୋବନ୍ତପୁର ବେଙ୍ଗାଲୁରୁରୁ ଦିବ୍ରୁଗଡ଼ ଆସାମ ପର୍ଯ୍ୟନ୍ତ ଯାଇଥାଏ । ସପ୍ତାହରେ ଥରେ ·ଲୁଥିବା ଏହି ଟ୍ରେନ୍ ୩ ଦିନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚେ ।