ସମଣା ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

ହାଟଡ଼ିହି ,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସମଣା ସେବାସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମିତିର ପ୍ରଶାସକ ତଥା ଉପ ସହ ନିମ୍ବନ୍ଧକ ବିରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର କବି ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମଣା ସମିତି ଅଧିନରେ ଥିବା ସମଣା, ହାବଳେଶ୍ୱର ଶାଳଣିଆଁ, କଳିଗାଁ, ଷଡଙ୍ଗ ଆଦି ୫ଟି ପଞ୍ଚାୟତର ଚାଷୀମାନେ କିପରି ସୁବିଧାରେ ଓ ସରକାରୀ ଦରରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଫକ୍ୟୁ ମାନର ଧାନ ଦେଇ ମଣ୍ଡିରୁ ଉପଯୁକ୍ତ ଦରରେ ପ୍ରାପ୍ୟ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଏହି ସଭିତିରେ ୪ହଜାର ଚାଷୀ ଥିବାବେଳେ ୧୦୧୧ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୯୨୬୭୫.୮୯କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଧାର୍ଯ୍ୟ ହୋଇଛି । ଏଠାରେ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ଶନିବାରରେ ଧାନ କ୍ରୟ କରାଯିବ ବୋଲି ସମ୍ପାଦକ ଅକ୍ଷୟ କବି ପ୍ରକାଶ କରିଛନ୍ତି । ଆଜିର ଏହି ଉଦଘାଟନ ଉତ୍ସବରେ ଲେଜର କ୍ଲର୍କ ଶଶିକାନ୍ତ ସ୍ୱାଇଁ, ଡିଇଓ ସୁଦାମ ଚରଣ ସାହା, କର୍ମଚାରୀ ତାରିଣୀ ପ୍ରସାଦ ଜେନା, ଚାଷୀ ଧୁଶାସନ ବେହେରା, ଅଜୟ କୁମାର ସାହା, ଶ୍ରବଣ ନନ୍ଦ, କାଙ୍ଗାଳି ସାହୁ, ବିଶ୍ୱଭୂଷଣ ପାତ୍ର, ନାରାୟଣ ସାହୁ, ନୃଷିହଂ ସ୍ୱାଇଁ, ଅବନୀ ନାୟକ, ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ