ଡଅଁର ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା, ଦଶ ଏକରରୁ ଉର୍ଦ୍ଧ ଜମିଥିବା ଚାଷୀଙ୍କ ନାମ ନାହିଁ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଡଅଁର ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସହକାରୀ ଉପନିବନ୍ଧକ ତଥା ପ୍ରଶାସକ କୈଳାଶ ଚନ୍ଦ୍ର ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଡଅଁର ରାଜସ୍ୱ ନିରୀକ୍ଷକ ଜ୍ଞାନ ରଞ୍ଜନ ନାୟକ, ସମ୍ପାଦକ ଉମାକାନ୍ତ ନାୟକ, ସମିତିର ପୁର୍ବତନ ସଭାପତି ରଞ୍ଜନ କୁମାର ପହି, ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ପ୍ରତାପ ଦେଓ, ପଦ୍ମନାଭ ପରିଡା, ଆନନ୍ଦ ଚନ୍ଦ୍ର ନାୟକ, ଡିଇଓ ଜୟନ୍ତ କୁମାର ସ୍ୱାଇଁ, ଚାଷୀ କିଶୋର ଜେନା, ମାୟାଧର ମାଝୀ, ସୁରେନ୍ଦ୍ର ସାହୁ, ଦେବବ୍ରତ ବେହେରା, ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ କିପରି ଚାଷୀମାନେ ସହଜ ଭାବରେ ଧାନ ବିକ୍ରୀ କରିପାରିବେ ସେନେଇ ଆଲୋଚନା କରିଥିଲେ । ଚଳିତବର୍ଷ ୧୦ଏକରରୁ ଉର୍ଦ୍ଧ ଜମିଥିବା ପ୍ରାୟ ୨୦ଜଣ ଚାଷୀଙ୍କ ନାମ ପଞ୍ଜିକୃତ ହୋଇ ନଥିବାରୁ ସେହି ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିବା ସମ୍ପର୍କରେ ମଧ୍ୟ ଚାଷୀମାନେ ଆଲୋକପାତ କରିଥିଲେ । ଚଳିତବର୍ଷ ଧାନ ବିକିବାପାଇଁ ୧୬୮୭ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଠାରୁ ୧ଲକ୍ଷ୫୯ହଜାର ୭୫୯କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ରତି ସୋମବାର , ବୁଧବାର ଓ ଶୁକ୍ରବାର ଏଠାରେ ଧାନ କ୍ରୟ କରାଯିବ ବୋଲି ଦିନଧାର୍ଯ୍ୟ ହୋଇଛି । ଏହି ସମିତିରେ ଧାନ ରଖିବାପାଇଁ କୌଣସି ଗୋଦାମଘର ନିର୍ମାଣ ନହୋଇଥିବାରୁ ପ୍ରତିବର୍ଷ ଚାଷୀମାନେ ଖୋଲା ଆକାଶ ତଳେ ଧାନ ପକାଇ ଦିନରାତି ଯଗି ବସୁଥିବାରୁ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗୋଦାମଗୃହ ନିର୍ମାଣ ପାଇଁ ସମିତିର ପୁର୍ବତନ ସଭାପତି ଶ୍ରୀ ପହି ଦାବି କରିଥିବାବେଳେ ଆବଶ୍ୟକ ପରିମାଣର ଘର ନଥିବାରୁ ଅଫିସ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ସମ୍ବାଦକ ମତ ଦେଇଛନ୍ତି । ତେଣୁ ତୁରନ୍ତ ଉକ୍ତ ସମବାୟ ସମିତି ପାଇଁ ନୁତନ ଘର ଓ ଗୋଦାମ ଘର ଯୋଗାଇ ଦେବାକୁ ସମବାୟ ସମିତିର ସଭ୍ୟମାନେ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ