ଭଣ୍ଡାରିପୋଖରୀ ବ୍ଲକ ଯୁବ ବିଜେଡି ସଭାପତି ନିଯୁକ୍ତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବିଜୁ ଜନତା ଦଳର ବ୍ଲକ ଯୁବ ସଭାପତି ଭାବେ ଲଳିତ କୁମାର ରାଉତଙ୍କୁ ନିଯୁକ୍ତି ମିଳିଥିବା ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତିକ୍ରମେ ରାଜ୍ୟ ବିଜେଡି ଯୁବ ସଭାପତି ବ୍ୟମକେଶ ରାୟ ଓ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଶ୍ରୀ ରାଉତଙ୍କ ଘର ବୟାଁବନାପୁର ପଞ୍ଚାୟତ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ଧର୍ମପତ୍ନୀ ସୁଚିସ୍ମିତା ରାଉତ ଏବେ ସମିତି ସଦସ୍ୟା ଭାବେ କାର୍ଯ୍ୟ କରୁଛନ୍ତି । ସେ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଥିବାବେଳେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଦଳପକ୍ଷରୁ ତାଙ୍କୁ ନୂତନ ନିଯୁକ୍ତି ମିଳିଥିବାରୁ ସ୍ଥାନୀୟ ବିଧାୟକଙ୍କ ସମେତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।


