ଦେଶି ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମାଳଦା ବଜାର ଠାରୁ ଆଜି ଦେଶି ମଦ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡିଛି। ଧାମନଗର ଅଵକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର ଙ୍କ ନେତୃତ୍ୱରେ ଆଜି ଵିଭିନ୍ନ ସ୍ଥାନରେ ଚଢାଉ ହୋଇଥିବା ବେଳେ କେବଳ ମାଳଦା ଠାରୁ ଵେଆଇନ ଦେଶୀ ମଦ ଜବତ ହୋଇଥିଲା । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ୨୩/୨୦ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି |


