ପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ନମିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଗାଁ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ସୁପରଭାଇଜର ଚଞ୍ଚଳା ବେହେରା ଯୋଗଦେଇ ପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତିର କାର୍ଯ୍ୟକାରିତା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ମମତା ଦିବସ, କିଶୋରୀ ବାଳିକା ଯତ୍ନ, ପ୍ରସୂତୀଙ୍କ ପୃଷ୍ଟିସାର ଜନିତ ଖାଦ୍ୟକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱନାଥ ସ୍ୱାଇଁ, ସାମାଜିକ କର୍ମୀ ବାବାଜୀ ଚରଣ ଜେନା ଓ ପଞ୍ଚାୟତର ସମସ୍ତ ଆଶା, ଅଙ୍ଗନବାଡି ଦିଦି ମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ