ରିଲିଭ୍ ହେଲେ ବନ୍ତ ଥାନାର କନେଷ୍ଟବଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନାର କନେଷ୍ଟବଳ ନିଳମାଧବ ରାଉତ ବୁଧବାର ରିଲିଭ୍ ହୋଇଥିବା ବେଳେ ତାଙ୍କ ବଦଳରେ ଚାନ୍ଦବାଲି ଥାନାର ଜ୍ୟୋତି ପ୍ରକାଶ ପଣ୍ଡା ବନ୍ତ ଥାନାକୁ ଆସିଥିବା ଜଣାଯାଇଛି । ପ୍ରକାଶ ଯେ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶ କ୍ରମେ ଗତ ଅଗଷ୍ଟ ୧୨ ତାରିଖରେ ବନ୍ତ ଥାନାର କନେଷ୍ଟବଳ ନିଳମାଧବ ରାଉତଙ୍କର ବାସୁଦେବପୁର କୋର୍ଟକୁ ବଦଳି ହୋଇଥିଲା । ମାତ୍ର ସେହିଦିନ ଠାରୁ ସେ ବନ୍ତ ଥାନାରୁ ରିଲିଭ୍ ହୋଇନଥିଲେ । ଏନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ଗତ ୨୩ ତାରିଖରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ସଂଖ୍ୟା ୨୫୦୩ ଅନୁଯାୟୀ ବିଭିନ୍ନ ଥାନାର ୧୭ ଜଣ କର୍ମଚାରୀଙ୍କର ବଦଳି ହୋଇଥିଲା । ସେହି ଆଦେଶନାମାରେ ପୁନର୍ବାର ନିଳମାଧବ ରାଉତଙ୍କର ବଦଳି ଆଦେଶ ହୋଇଥିଲା । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଫଳରେ ଆଜି କନେଷ୍ଟବଳ ନିଳମାଧବ ରାଉତ ବନ୍ତ ଥାନାରୁ ରିଲିଭ୍ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ