ବେଆଇନ୍ ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ସମେତ ଧାମନଗର ଥାନା ଅଂଚଳରେ ଦିନକୁ ଦିନ ଚୋରା ବାଲି ଚାଲାଣ ଵୃଦ୍ଧି ପାଇବାରେ ଲାଗିଛି। ଦୋଵଲ ଦେଇ ଯାଇଥିବା ଵୈତରଣୀ ଶାଖା ଗେଗୁଂଟି ନଦୀରୁ ଦୈନିକ ଶହଶହ ଟ୍ରିପ ବାଲି ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ଆଜି ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଆଜି ସଂଧ୍ୟା ପ୍ରାୟ ୫ଟା ଵେଳେ ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଓ ଥାନାଧିକାରୀ ରତିକାନ୍ତ ଗିରି ଙ୍କ ନେତୃତ୍ୱରେ ନଦୀ ପାର୍ଶ୍ୱ କୋରକରା ଏବଂ କନକେଇ ଏସକେପ ଅଂଚଳରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଵେଆଇନ ଵାଲି ଚାଲାଣ କରୁଥିବା ଅଭିଯୋଗରେ ଆଠଗୋଟି ଟ୍ରାକ୍ଟର ସମେତ ଗୋଟିଏ ଜେସିବି ଜବତ ହୋଇଥିବା ଜଣାପଡିଛି।