ବାୟାଗୁଡାରେ ସାତ କୋଟିର ଗଞ୍ଜେଇ ଚାଷ ନଷ୍ଟ

ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲା ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟି ଥିବାବେଳେ ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର.ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ ଓ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ଏବଂ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଆର.ଉଦୟଗିରି ନିକଟସ୍ଥ ଶବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବାୟାଗୁଡା ଗ୍ରାମ ଜଙ୍ଗଲର ୩୭.୧୯୪ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୭୪.୩୮୮ଚୌସ୍ତରି ହଜାର ତିନିଶହ ଅଠାଅଶୀ ଗଞ୍ଜେଇ ଗଛକୁ ମେସିନ ସାହାଯ୍ୟରେ କାଟି ଉକ୍ତ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ସାତ କୋଟି ତେୟାଳସି ଲକ୍ଷ୍ୟ ଆଠ ହଜାର ହେବ ବୋଲି ଆର.ଉଦୟଗିରି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜେଇ ଚାଷ ଉପରେ ରୋକ ଲଗାଯିବ ସହ ଏହି ବେଆଇନ କାରବାରରେ ଲିପ୍ତ ଥିବା ଲୋକଙ୍କୁ ସାବାଟ କରାଯିବ ବୋଲି ଥାନା ଅଧିକାରିଣୀ ମମତା ନାୟକ ସୂଚନା ଦେଇଛନ୍ତି ପ୍ରକାଶ ଥାଉକି ଆଜିର ଯୁବ ସମାଜ ଏହି ନିଶା କାରବାରରେ ଲିପ୍ତ ରହିବା ସହ ନିଶା ସେବନ କରି ନିଜ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି . ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଏହି ଗଞ୍ଜେଇ ବା ନିଶା କାରବାର ଅଭିଯାନକୁ ପୋଲିସ କେତେ ପରିମାଣରେ ମୂଳ ଉତ୍ପାଟନ କରୁଛି ତାହା ଦେଖିବାକୁ ବାକି ରହିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ