ଆଳିର କୁନି ଧାବିକା ମାମୁନିକୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ଆଳି ବ୍ଲକର କୁନି ଧାବିକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମାମୁନି ମଲ୍ଲିକଙ୍କୁ ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମା ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କୁନି ଧାବିକା ମାମୁନିଙ୍କ ପରିବାର ପକ୍ଷରୁ ତାଙ୍କ ଆର୍ଥିକ ଦୁସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମୁନିଙ୍କ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବାକୁ ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏଥିସହିତ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ମାମୁନିଙ୍କ ପରିବାରକୁ ଯୋଗାଇ ଦିଆଯିବ ବୋଲି ସେଠାରେ ଉପସ୍ଥିତ ଥିବା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।