ତିର୍ତ୍ତୋଲ ବ୍ଲକରେ ଭିନ୍ନକ୍ଷମ (ୟୁ ଡ଼ି ଆଇ ଡ଼ି ) ପରିଚୟ ପତ୍ର ବଣ୍ଟନ
ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ): ଆଜି ତିର୍ତ୍ତୋଲ ବ୍ଲକ କାର୍ଯାଳୟ ଠାରେ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ର ଭିନ୍ନକ୍ଷମ ପୁରୁଷ ଓ ମହିଳା ମାନଙ୍କୁ ଭିନ୍ନକ୍ଷମ ପରିଚୟ ପତ୍ର ବିଡ଼ିଓ ଅଟଳବିହାରୀ ସ୍ୱାଇଁ ପ୍ରଦାନ କରିଥିଲେ| ଏହି ପରିଚୟ ପତ୍ର ମାଧ୍ୟମରେ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ |ଅନ୍ୟମାନଙ୍କ ମଧ୍ୟରେ {ବି.ଏସ. ଏସ.ଓ }ବିଜୟ ପାତ୍ର,, ପି. ଏ ଅରବିନ୍ଦ ଦାସ , କନିଷ୍ଠ ଯନ୍ତ୍ରୀ ଆଲୋକ ରାଉତ, ଓ ଅନ୍ୟ କର୍ମଚାରି ମାନେ ଉପସ୍ଥିତ ରହି ୫୨ଜଣ ଭିନ୍ନକ୍ଷମ ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।