ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଦୀର୍ଘ ୩୪ବର୍ଷ ଧରି ବଜାୟ ରଖି ଆସିଥିବା ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ଜିଲ୍ଲାରେ ସେହି ପରମ୍ପରାକୁ ଆଜିବି ଅକ୍ଷୂର୍ଣ୍ଣ ରଖି ଥିବା ଦେଖାଯାଇଛି । ମହାମାରୀ କରୋନାକୁ ଭ୍ରୁକ୍ଷେପ ନକରି ସାଧାରଣ ଜନତାଙ୍କୁ ସଚେତନ କରିବା ସହ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପରାମର୍ଶ ଓ ପଦକ୍ଷେପ ନେଇ ଜିଲ୍ଲାର କରୋନା ସଂକ୍ରମଣରକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମ ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସଂସଦ ପକ୍ଷରୁ “କୋଭିଡ ଯୋଦ୍ଧା” ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଗରାପୁରସ୍ତିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ “କୋଭିଡ ଯୋଦ୍ଧା” ସମ୍ମାନରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦର ସଦସ୍ୟ ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସଭ୍ୟ ଚିତ୍ତରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ଦାସ, ଗୋଲଖ ଚନ୍ଦ୍ର ପଢିହାରୀ ଓ ବୈଷ୍ଣବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ