ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଜିଲ୍ଲା କାର୍ଯ୍ୟାଳୟ ଠାରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ହୋଇଥିବାବେଳେ ହିନ୍ଦି ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ମୋଟ ୭ଗୋଟି ବ୍ଲକର ସମସ୍ତ ସ୍ୱୟଂ ସେବକ ଏବଂ ସ୍ୱୟଂ ସେବିକା ପ୍ରମୁଖ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ଭାଷା ହିନ୍ଦୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସଫଳତା ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ହିନ୍ଦୀ ଭାଷାରେ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବା ସମ୍ମାନ ପଦକ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷକ ମୋହିନୀ ପ୍ରଧାନ ସୂଚନାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ