ହିନ୍ଦି ଓ ଓଡିଆ ଭଜନ ଲୋକାର୍ପିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଂଗୀତ ସଂସଦ ଠାରେ ହିନ୍ଦି ଓ ଓଡିଆ ଭଜନ ଭିଡିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଯୋଗଦେଇଥିବାବେଳେ ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଅନୁଷ୍ଠାନର ସଭାପତି ବସନ୍ତ ଦାସ, ଉପ-ସଭାପତି ପ୍ରଦୀପ ନାୟକ, ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଲୋକାର୍ପିତ ହୋଇଥିବା ଏହି ଭଜନ ଗୁଡିକରେ କଣ୍ଠ ଦାନ କରିଛନ୍ତି ଗୁରୁ ରଘୁନାଥ ପାତ୍ରଙ୍କ ସମେତ ତାଙ୍କ ଛାତ୍ରଛାତ୍ରୀ ଯଥା ଅଶୁତୋଷ ମିଶ୍ର, ଅନ୍ୱେଷା ରଥ ଓ ଶୁଭଶ୍ରୀ ନାୟକ ପ୍ରମୁଖ । ଏଥିରେ ଭାରତର ପ୍ରସିଦ୍ଧ କବି ସନ୍ଥ ସୁରଦାସ, ମୀରାବାଇଙ୍କ ରଚିତ ଦୁଇଟି ହିନ୍ଦି ଭଜନ ସ୍ଥାନ ପାଇଥିବାବେଳେ ବାବାଜୀ ଚରଣ ଜେନାଙ୍କ ଦଉଟି ଓଡିଆ ଭଜନ ସ୍ଥାନିତ ହୋଇଛି । ଏହି ଗୀତ ଗୁଡିକୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜେଶ ପାତ୍ର, ରାଜେନ୍ଦ୍ର ରଥ ଓ ସ୍ନିଗ୍ଧା ମିଶ୍ର ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ