କମାପଲ୍ଲୀ ଗ୍ରାମବାସୀ ଓ ମହିଳା ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା): କମାପଲ୍ଲୀ ଗ୍ରାମବାସୀଙ୍କୁ କାଜୁ ଜଙ୍ଗଲ ଲିଜ୍ ପ୍ରଦାନ କରିବା ନିମନ୍ତେ ଗୁରୁବାର ଗ୍ରାମବାସୀ ଓ ମହିଳା ମହା ସଂଘର ସଭ୍ୟାମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ଭେଟି ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମରେ ଦଳିତ ଓ ଜମିହୀନ ଶ୍ରେଣୀର ଲୋକ ରହିଥିବାରୁ ସେମାନେ ମୁଲ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ସରକାରଙ୍କ ଦଫାୟତ ଅଧିକାର ଆଇନ୍ ପ୍ରକାରେ ଗରୀବ ଜମିହିନ ମାନଙ୍କୁ କାଜୁ ଜଙ୍ଗଲ ଦେବାର ନିୟମ ରହିଛି । ଗ୍ରାମବାସୀ ମାନେ ମୃତ୍ତିକା ସଂରକ୍ଷଣ ବିଭାଗ ଜରିଆରେ କାଜୁ ଗଛ ଲଗାଇଥିଲେ । ଗଛର ଫଳ ଆସିବା ପରେ ସେମାନଙ୍କୁ ଲିଜ୍ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧୀକାରୀ ମାନେ ପ୍ରତିଶୃତି ଦେଇଥିଲେ । ମାତ୍ର ବର୍ତ୍ତମାନକୁ ଓଡିଶା କାଜୁ ନିଗମ ସହରର ଧନୀ ଲୋକମାନଙ୍କୁ ଲିଜ୍ ଦେଇ ଆମ ଠାରୁ ଆମ ଅଧୀକାର ଛଡାଇ ନିଆଯାଉଛି । ଆମେ ନିହାତି ଗରୀବ ଓ ଦଳିତ ଜମିହୀନବର୍ଗର ହୋଇଥିବାରୁ ଆମକୁ କାଜୁ ଜଙ୍ଗଲ ଲିଜ୍ ପ୍ରଦାନ କଲେ ଆମେ ଆମମାନଙ୍କର ପରିବାର ପ୍ରତିପୋଷଣ କରିପାରିବୁ । ଏହି ଦାବୀପତ୍ର ପ୍ରଦାନ ବେଳେ ଭିକାରୀପଲ୍ଲୀ ପଞ୍ଚାୟତ ର ସମିତିସଭ୍ୟ ଭାଗିରଥୀ ପ୍ରଧାନ,ବୁଦ୍ଧିଆ ପ୍ରଧାନ,ତମାଳ ପ୍ରଧାନ ଏବଂ ମହିଳା ମାହାସଂଘର ସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ