ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ……

ମେଷ – ଘାତବାର ପ୍ରଭାବରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ, ତଥାପି ଡାକ୍ତର ଓ ଓøଷଧ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

ବୃଷ – ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ ଆଗକୁ ବଢିଚାଲନ୍ତୁ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ପରିବହନ ବ୍ୟବସାୟରେ ଲାଭ ମିଳିବ, ମାତ୍ର ଘାତଚନ୍ଦ୍ର ପ୍ରଭାବରେ କାମ ଗୁୃଡିକ ବିଳମ୍ବରେ କିମ୍ବା ବାଧାବିଘ୍ନ ମଧ୍ୟରେ ହେବ ।

ମିଥୁନ – ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବାରେ ମନନିବେଷ କରିବେ, ରାଜନୈତିକ କ୍ଷେତ୍ରରେ ଉଚ୍ଚସ୍ତରିୟ ଲୋକ ସହ ସମ୍ପର୍କ ବଢିବ ।

କର୍କଟ – ଶୁଭଚନ୍ଦ୍ର ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

ସିହଂ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।

କନ୍ୟା – ଶୁଭଚନ୍ଦ୍ରର ପ୍ରଭାବରେ ଆଜି କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ମାତ୍ର ଘାତଚନ୍ଦ୍ର ହେତୁ କୌଣସି ନୁତନ ଯୋଜନା ଆରମ୍ଭ କରନ୍ତୁ ନାହିଁ ।

ତୁଳା – ଅଶୁଭଚନ୍ଦ୍ର ପରିକ୍ରମଣ ହେତୁ ସମସ୍ୟା ଉପୁଜିପାରେ ତଥାପି ଧନ, ମାନ ଓ ସମ୍ମାନ ବୃଦ୍ଧି ହେବ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ସାଂସାରିକ ଜୀବନ ସୁଖରେ କଟିବ, ସମାଜରେ ମାନ ସମ୍ମାନ ମିଳିବ ।

ବିଛା – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରି କ୍ୟାରିଅର ଗଢିବାର ଭଲ ଅବସର ମିଳିବ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ, ସାଂସାରିକ ଜୀବନରେ ବହୁଦିନର ପୁରୁଣା ସ୍ମୃତି ଉଜିବିତ ହୋଇ ସୁଖରେ କଟିବ, ପରିବାରରେ ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।

ଧନୁ – ଅଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସହଯୋଗର ଆଶା ଆଶାରେ ହିଁ ରହିଯିବ ଫଳରେ ଅବସାଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ତଥାପି କୌଣସି ନୁତନ ଯୋଜନାରେ ସଫଳ ହେବ ଓ ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ।

ମକର – ଶୁଭଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ସ୍ଥାନ ଭ୍ରମଣରେ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।

କୁମ୍ଭ -ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ଓ ଅଜଣା ଭୟ ମନୋବଳକୁ ଦୁର୍ବଳ କରିଦେବ, ତଥାପି ଟଙ୍କା ପଇସା ଓ ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିବ ।

ମୀନ – ଶୁଭଚନ୍ଦ୍ରଙ୍କର ପ୍ରଭାବରେ ସମସ୍ତ ଦିଗରୁ ଶୁଭଫଳ ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତାର ସ୍ୱାଦ ଚାଖିବେ, କୌଣସି ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ ଓ ଯଦି ଆଜି କୌଣସି ନୁନତ କାର୍ଯ୍ୟ ଆରମ୍ଭ କରିବେ ନିଶ୍ଚୟ ସଫଳ ହେବେ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
(ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)

 

GARGA JYOTISH

A RESEARCH UNIT OF ADVANCED APPLIED ASTROLOGY

Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021

Mob: 9438389039, 9861970730, Email: gargajyotish@gmail.com

  ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE

 TV ASTROLOGER – DIFFERENT ODIYA TV CHANNELS

( Aways Love All…Serve All…Hurt Never…Help Ever…Jay Jagannath ) 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ