ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଠାରେ ବାବା ଶନିଶ୍ଚର ବ୍ଲକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ମିଶନ ଶକ୍ତି ଆନୁକୂଲ୍ୟରେ ନିର୍ମାଣାଧିନ ନୂତନ କାର୍ଯ୍ୟାଳୟକୁ ବିଡିଓ ବିଜୟ କୁମାର ସାହୁ ଉଦଘାଟନ କରିଥିଲେ । ମହିଳା ମହାସଂଘ ସମ୍ପାଦିକା ମନ୍ଦାକିନୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଡିଓଙ୍କ ସମେତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିର୍ଝରଣୀ ରାଉତ, ବ୍ଲକ ମିଶନ ଶକ୍ତି ସଂଯୋଜିକା ଦୀପାଳୀ ମିଶ୍ର, ଭାରପ୍ରାପ୍ତ ଗ୍ରାମ ପଂଚାୟତ ଅଧିକାରୀ ମୀନକେତନ ବାରିକ ପ୍ରମୁଖ ଯୋଗଦେଇ ମିଶନଶକ୍ତି ଦ୍ୱାରା ମହିଳାମାନେ ଆର୍ଥିକ ଦିଗରେ ପ୍ରଗତି କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହାଛଡା ମହାସଂଘର ତତ୍ୱାବଧାନରେ ଗ୍ରାମାଞ୍ଚଳ ମହିଳା ସଂଘ ଗୁଡିକ ଆର୍ଥିକ ବିକାଶ ଦିଗରେ ଅନେକ କାର୍ଯ୍ୟ କରିପାରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ବ୍ଲକ ମିଶନଶକ୍ତି ପ୍ରକଳ୍ପ ସଂଯୋଜକ ସୁବ୍ରତ କୁମାର ପଣ୍ଡା ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ସଂଯୋଜିକା ସୁଜାତା ପଣ୍ଡା ଧନ୍ୟବାଦ ଦେଇଥିଲେ । ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ନମିତା ଭାରତୀ, ବସନ୍ତ ମଞ୍ଜରୀ ଜେନା, ସୁଜାତା ଦାସ, ଶୁଭଲକ୍ଷ୍ମୀ ଭାରତୀ, କୁଞ୍ଜଲତା ସାହୁ, ପ୍ରମିଳା ବେହେରା, ସେବତୀ ତ୍ରିପାଠୀ, ବିଣ୍ଣୁପ୍ରିୟା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ