ବିଭିନ୍ନ ସଂଗଠନ ପକ୍ଷରୁ ଗରୀବ ଓ ଅସହାୟଙ୍କୁ ଶୀତ ଟୋପି ବଣ୍ଟନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଥିବା ବହୁ ସଂଖ୍ୟାରେ ଗରୀବ ଓ ଅସହାୟ ମାନେ  ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଟୋପି ବଣ୍ଟନ କରାଯାଇଛି । ରୋଟାରି କ୍ଳବର ବରିଷ୍ଠ ସଦସ୍ୟ ବସନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଟୋପିକୁ ଟିମ୍‍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ପ୍ରଶାନ୍ତ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଭି.ଜଗନ୍ନାଥ ରାଜୁ, ବିକାଶ ନାୟକ, ଏସ୍‍.କେ.ସାକିର୍‍, ଆଲୋକ ବିଶୋୟୀ, ଅନୁପ ବିକ୍ରମ ପାତ୍ର, ଲଲିତ୍‍ ମୋହନ ବିଶୋୟୀ, ଜ୍ୟୋତିର୍ମୟୀ ରଣା, ପ୍ରଶାନ୍ତ ସେନାପତି, ଲମ୍ବଦର ରଥ, ସାଇରାମ ପାତ୍ର, ସୁମିତ୍‍ କୁମାର ବେହେରା ଓ ଅନ୍ୟମାନେ ସହରର ବସଷ୍ଟାଣ୍ଡ, ବଜାର ଓ ଅନ୍ୟ ବିିଭିନ୍ନ ଅଞ୍ଚଳରେ ଥିବା ଗରୀବ ଓ ଅସହାୟମାନଙ୍କୁ ପ୍ରବଳ ଶୀତରେ ବୁଲୁ ବୁଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଦାନ କରିଥିଲେ । ପ୍ରକାଶଯେ, ଗତ କିଛିଦିନ ହେଲା କନ୍ଧମାଳ ଜିଲରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଏଥିରେ ସାଧାରଣ ଜନତାଙ୍କ ପରି ଗରୀବ ଓ ଅସହାୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ