ଗ୍ରାମଦେବତୀଙ୍କ ପୀଠ ଉନ୍ନତିକରଣ ଦାବି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ନିକଟ ବୈତରଣୀ କୂଳରେ ଅବସ୍ଥିତ ଗ୍ରାମଦେବତୀ ମାଆ ମଙ୍ଗଳାଙ୍କ ପୀଠର ଉନ୍ନତି ପାଇଁ ଦାବି ହୋଇଛି । କେଉଁ ଆବାହମାନ କାଳରୁ ବୈତରଣୀ କୂଳରେ ରହି ପୂଜା ପାଇ ଆସୁଥିବାବେଳେ ପୀଠର ସେଭଳି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ । ସ୍ଥାନୀୟ ଅଞ୍ଚଳର ଧାର୍ମିକ ଆଶା ଓ ବିଶ୍ୱାସର ପ୍ରତୀକ ମାଆଙ୍କ ପୀଠରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଯୋଗୁ ଛୋଟିଆ ମନ୍ଦିରଟିଏ ନିର୍ମାଣ ହୋଇଥିଲେ ସୁଦ୍ଧା ଆଲୋକୀକରଣ କିମ୍ବା ଅନ୍ୟାନ୍ୟ ପାରିପାଶ୍ୱ ଉନ୍ନତି ହୋଇପାରିନାହିଁ । ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଏବେ କେବଳ ପାଚେରୀଟିଏ ନିର୍ମାଣ ହେଉଛି । ଚୈତ୍ର ମାସରେ ମାଆଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ବର୍ଷକ ବାରମାସର ୧୩ପର୍ବ ଏଠାରେ ପାଳିତ ହୋଇଥାଏ । ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଲୋକମାନେ ବିଭିନ୍ନ ଓଷା ବ୍ରତରେ ଏଠାକୁ ଆସି ମାଆଙ୍କର ପୂଜାର୍ଚ୍ଚନା କରିଥାଆନ୍ତି । ତେଣୁ ପୀଠରେ ପାନୀୟଜଳ, ରୋଷେଇ ଘର, ସ୍ଥାୟୀ ଯଜ୍ଞ ମଣ୍ଡପ ଓ ଆଲୋକୀକରଣ ବ୍ୟବସ୍ଥା ହୋଇପାରିଲେ ଶ୍ରଦ୍ଧାଳୁମାନେ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମଦେବତୀଙ୍କ ପୂଜକ ସୁରେନ୍ଦ୍ର ବାରିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ