ଯତୀନ୍ଦ୍ର ମୋହନ ଛୋଟରାୟଙ୍କୁ ଜୟୀରାଜଗୁରୁ ସ୍ମୃତି ସମ୍ମାନ ଜୟୀରାଜଗୁରୁ ସ୍ମୃତି ସମ୍ମାନ

ଭୁବନେଶ୍ୱର,(ୱାଇଏନ୍ଏସ୍): ତା.୬-୧-୨୦ରିଖ: ଦେଶର ପ୍ରଥମ ଶହୀଦ୍‌, ବୀରତ୍ୱର ପ୍ରତୀକ ବିଶ୍ୱ ଈତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିବା ବ୍ୟକ୍ତିତ୍ୱ ଶହୀଦ୍ ଜୟୀ ରାଜଗୁରୁଙ୍କର ୨୧୪ତମ ବଳିଦାନ ଦିବସ ତାଙ୍କ ପ୍ରତିମୂର୍ତି ସ୍ଥଳ ଏଜିଛକଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ପ୍ରତିମୂର୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବରିଷ୍ଠ ସାମ୍ବାଦିକ, ସମାଜ ସଂସ୍କାରକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ପାଇକ ସଂଗ୍ରାମର ଇତିହାସ ଜୟୀରାଜଗୁରୁଙ୍କର ବୀରତ୍ୱ, ଅବିସ୍ମରଣୀୟ ଦେଶପ୍ରେମର ପ୍ରତୀକ ଥିଲେ ଜୟୀରାଜଗୁରୁ । ଇଂରେଜୀମାନଙ୍କ ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ସ୍ୱର ଓ ଅସ୍ତ୍ର ଉତୋଳନ କରିବା ସହିତ ଯେଉଁ ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ ତାହା ଅତୁଳନୀୟ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ, ଭାଷାଯୋଦ୍ଧା ତଥା ଉତ୍କଳ ପୂଣ୍ୟନ୍ୟାଶର ପ୍ରତିଷ୍ଠାତା ବରେଣ୍ୟ ପର୍ଶୁରାମ ଦ୍ୱିବେଦୀ ଯୋଗଦେଇ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଭାଷାଯୋଦ୍ଧା ଯତୀନ୍ଦ୍ର ମୋହନ ଛୋଟ ରାୟଙ୍କୁ ପ୍ରଥମ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ । ଏହାସହିତ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ସଂପାଦକ ପଦ୍ମବିଭୂଷଣ ରାଧାନାଥ ରଥଙ୍କ ସ୍ମୃତିଚାରଣ ସହିତ ଆମ ସମ୍ବିଧାନ ପ୍ରଣେତା ଡ. ଭିମ୍‌ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଯାନର ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା, ଲକ୍ଷ୍ମୀଧର ବେହେରା, ପୁରୀ ଜିଲ୍ଲା ପୂଜ୍ୟପୂଜା ଅଭିଯାନର ଅଧ୍ୟକ୍ଷ ଆଦର୍ଶ ଦାସ, ବିରଜା ପ୍ରସାଦ ଶତପଥୀ, ରମାକାନ୍ତ ମିଶ୍ର, ତପନ ମିଶ୍ର, ସମିତା ମହାରଣା, ଶୁଭ୍ରଜିତ୍ ପ୍ରଧାନ, ରୋହିତ ନାୟକ, ବି. ମୂରଲୀଧର, ନଗେନ୍ ନାୟକ, ବି. ମନଜୀତ୍ କୌର ପ୍ରମୁଖ ଯୋଗଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ