ବାଦାମପାହାଡ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ-ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା ।ରଵିଵାର ମଧ୍ୟରାତ୍ରରେ ବାଦାମପାହାଡ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଜାତୀୟ ରାଜପଥ ୨୨୦ନମ୍ବର ଝଲଡୁଙ୍ଗୁରୀ ଛକରେ ଅଜଣା ଗାଡ଼ି ଧକ୍କାରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ ଯଶିପୁର ଥାନା ଅନ୍ତର୍ଗତ ଲୁହାମାଣିଆ ଗାଁର ୩ଯୁବକ ସାହିବା ହା୍ଁସଦା(୩୨),ଭରତ ହାଁସଦା, ଏବଂ ସାହିବା ମୁର୍ମୁ କୁଲଢିଆ ଗ୍ରାମର ବଂଧୁଙ୍କ ଘରୁ ନିଜ ଘରକୁ ହିରୋ ହୋଣ୍ଡା ସ୍ପେ୍ଲେଢ଼ଣ୍ଡର ବାଇକ ଓଡି ୧୧ଏମ ୩୩୭୪ରେ ଫେରୁଥିବା ବେଳେ ଝଲଡୁଙ୍ଗୁରୀ ଛକରେ ଅଜଣା ଗାଡି ସହ ଆମନା ସାମନା ହେବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେସେମାନଙ୍କୁ ବାଦାମପାହାଡ ପୋଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇବା ସହ ଗାଡ଼ି ଦୁଇଟିକୁ ଜଵତ କରିଛି ।ଡ଼ାକ୍ତରଖାନାରେ ଡାକ୍ତର ସାହିବା ହାଁସଦା ଏବଂ ଭରତ ହାଁସଦା ଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଘୋଷଣା କରିଥିଲେ ।ପୋଲିସ ମାମଲା କେଶ ନଂ ୭୭ ରୁଜୁ କରି ସୋମବାର ଦିନ ମଧ୍ୟାହ୍ନରେ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ପୋଲିସ ଘଟଣାକୁ ତଦନ୍ତ କରୁଛି ।


