ଚନ୍ଦ୍ରମାଦେଇପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବୃଦ୍ଧି ପାଇଁ ସମୟ ମାଗିଲେ ଗ୍ରାମବାସୀ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଗୋଷ୍ଠୀ ଶିକ୍ଷା ଅଧୀକାରୀଙ୍କୁ ଚନ୍ଦ୍ରମାଦେଇପୁର ଗ୍ରାମବାସୀ ବୃନ୍ଦ ନିଜଗ୍ରାମ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଁ ସମୟ ଦେବାକୁ ଲିଖିତ ଅନୁରୋଧ କରିଥିବା ଜଣାପଡିଛି। ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଚନ୍ଦ୍ରମାଦେଇପୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୨୦ ଜଣରୁ କମ୍ ଥିବା ଯୋଗୁଁ ଏହି ସ୍କୁଲକୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିବା ପାଇଁ ନିଷ୍ପତି ହୋଇଅଛି। ତେଣୁ ଗ୍ରାମ ବାସୀବୃନ୍ଦ ଏକତ୍ରିତ ହୋଇ ଲିଖିତ ଭାବେ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କୁ ଏକ ଦାବୀପତ୍ର ଦେଇ ଚନ୍ଦ୍ରମାଦେଇପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରି ପିଲା ସଂଖ୍ୟା ବୃଦ୍ଧି ପାଇଁ କିଛିଦିନ ସମୟ ଦେବାକୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ